STORYMIRROR

Rasmita Dixit

Romance Others

4  

Rasmita Dixit

Romance Others

ସାଗର ପ୍ରେମରେ

ସାଗର ପ୍ରେମରେ

1 min
158


ଏଇ ସେ ସାଗର ନୀଳ ସ୍ମୃତି ମାଳ ତରଙ୍ଗ ଓଠରେ ତାର 

ପ୍ରୀତିର ରାଗିଣୀ ତୋଳୁଅଛି ଛନ୍ଦେ ଗଣିଛି ମୁଁ ବାରବାର 

ଵିକ୍ଷୁବ୍ଧ ଗମ୍ଭୀର ବୁକୁରେ ଲୋଟିଛି ପାଗଳିନୀ ପ୍ରିୟା ସମ

ଘନ ଆଶ୍ଳେଷ ରେ ଜାବୁଡି ଧରିଛି ଏଇବୋଧେ ପ୍ରେମ ମୋର ।


ମୁକୁଳା ମୋ ବୁକୁ ଛୁଇଁଛି ତୁମକୁ ସ୍ମୃତିର ଫରୁଆ ଖୋଲି 

କେଜାଣି କେତେ ଯେ ମୁକୁତା ହଜିଛି ସାକ୍ଷୀ ଏଇ ବେଳା ବାଲି ,

ଲୀନହେବାକୁ ତୁମ ନୀଳ ନୀଳେ କେତେ ଯେ ଆକୁଳ ମୁହିଁ

ବୁଝି ମୁଁ ପାରୁନି କେବେ ତୁମେ ବୁଝ କେବେ ତୁମେ ବୁଝ ନାହିଁ ।


ଧୋଇଦିଅ ତନୁ ଉତ୍ତାଳ ତରଙ୍ଗେ ଲେଖିଯାଅ ପ୍ରୀତିଗୀତି 

ଏମିତି ଘଟିଛି କାହିଁ କେଉକାଳୁ ବିତିଛି ଦିବସ ରାତ୍ରୀ

ପାଶେ ପାଶେ ତୁମ ଲାଗିରହିଅଛି ଯେମିତି ଫୁଲର ସୁରଭି

ନୀଳ ଉର୍ମିମାଳେ ଦେହକୁ ଭିଜାଇ ଫୁଟାଇଛି ପ୍ରୀତି କରବୀ ।


ପ୍ରତିକ୍ରିୟା ତୁମ ପ୍ରତିଶ୍ରୁତି ହୀନ ତୁମେ ନୀଳ ପ୍ରେମିକ ମୋର 

ପ୍ରୀତିମଗ୍ନା ବେଳା ଆଜନ୍ମ ପ୍ରେମିକା ତୁମର ସଙ୍ଗିନୀ ଚିର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance