STORYMIRROR

Rasmita Dixit

Others

3  

Rasmita Dixit

Others

ତୁଠ ପଥର

ତୁଠ ପଥର

1 min
47


ତୁଠପଥର ମୁକୁଳା ପିଠିରେ

ପାଦ ଘଷରାର ଅନେକ ଚିହ୍ନ

କିଛି ଅସ୍ପଷ୍ଟ ଦୃଶ୍ୟ ସମୟର

ତା ନିପାରିଲା ପଣକୁ ଉପହାସ କରୁଥାଏ

ସବୁବେଳେ ---------

ବାଟକାଟି ଚାଲିଯାଉଥିବା ଆଞ୍ଜୁଳାଏ ପବନ

ଅବା ହାବୁକା ଢେଉର ।

ପିଠେଇ ଦେଇଛି ବୋଲି

ଯାତନା ସବୁକୁ

ଆଜି ସେ ଦେବୀ

ତା ପଥୁରିଆ ଛାତି ତଳେ

ତା ପୁଞ୍ଜିଭୁତ ବେଦନାର ଫସିଲ,

କବର ନେଇସାରିଛି କେଉଁକାଳୁ

ସ୍ୱପ୍ନ, ଅନୁରାଗର ଛାଇ ଆଲୁଅ ଖେଳ

ହାତ ଆଉଁସାର ନରମ ଅନୁଭବ

ଭୁଲିଯାଇଛି ମୁହଁମାଡି ପଡିଲା ଦିନଠୁ

ତଥାପି ତା ଆଖିର

ନିରନ୍ଧ୍ର ଅନ୍ଧକାର ଭିତରେ

ଜଳୁଥାଏ ସୂର୍ଯ୍ୟର ମଶାଲ

ପ୍ରତୀକ୍ଷାର ଅନ୍ତ ନାହିଁ

କେବେ କାହା ପଦସ୍ପର୍ଶ

ଫୁଟାଇବ ପଥର ପିଠିରେ ଫୁଲ

ସମୁଦାୟ ଆୟୁଷ୍କାଳ ଭିତରେ

ପାଇଯିବ ସିଏ

ଅସହଣୀ ଜୀବନରୁ ମୁକ୍ତି

ତା ସାଧନାର ମୂଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍