Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmita Dixit

Others

3  

Rasmita Dixit

Others

ନବବର୍ଷ ପାଇଁ ପଦେ

ନବବର୍ଷ ପାଇଁ ପଦେ

1 min
235



ନବବର୍ଷ ତୁମେ ଆସ ନାହିଁ ଜମା 

ଅନ୍ତରଙ୍ଗ ଶତ୍ରୁ ପରି ,

ଉଜୁଡା ବର୍ଷର ବିକ୍ଷୁବ୍ଧ ସଙ୍ଗୀତ 

ଗାଇବନି ସୁର ଧରି ।

ଘନ ତମିସ୍ରାରେ ସଂଶୟ ଘେରରେ 

ବିତିଛି ବିଗତ ବର୍ଷ ,

କେତେ ଯେ କାହାଣୀ ଅଧା ରହିଗଲା 

ମୁଖରୁ ଲିଭିଛି ହର୍ଷ ।

ଶୁନ୍ୟ ଗୃହାଙ୍ଗନେ ଶୁନ୍ୟ ସୀମନ୍ତିନୀ 

ଶୂନ୍ୟ କ୍ରୋଡ଼ ପିତା, ମାତା ,

ଅଦୃଶ୍ୟ ଘାତକ ବଇରୀ ସାଜିଛି 

ଅଧା ରଖିଗଲା କଥା ।

ପାର୍ଥିବ ଜଗତ କରି ଇତଃସ୍ତତ 

ସମୟର ଅଟ୍ଟହାସ,

ଜୀବନ ପ୍ରଦୀପ ନିମିଷକେ ଲିଭେ 

ବିଧିର କି ଅଭିଶାପ !!

ଯଦି ଆସୁଅଛ ଆଗମନ ତୁମ 

ହେଉ ଶୁଭ ମାଙ୍ଗଳିକା,

ନିରାଶାର ଘନ ଅନ୍ଧକାରେ ତୁମେ 

ସମ୍ଭାବନା ଦୀପ୍ତ ଶିଖା ।

ଜୀବନ ପାଲଟୁ ଜୀବନ୍ତ ରାଗିଣୀ 

ନିଃଶଙ୍କ ପବିତ୍ର ଧାରା ,

ଉଲ୍ଲସିତ ବିଶ୍ୱ କଲ୍ଲୋଳିତ ପ୍ରାଣ

ପ୍ରାଚୁର୍ଯ୍ୟରେ ହେଉ ଭରା ।

ନବବର୍ଷ ତୁମେ ହୁଅ ଆବାହନୀ 

ଶାନ୍ତି ସଂପ୍ରୀତିର ଦୂତ ,

କ୍ଳେଶ ଦୂର ହେଉ ଏ ଧରା ଧାମରୁ 

ଏତିକି ନିବେଦ୍ୟ ମାତ୍ର ।



Rate this content
Log in