STORYMIRROR

Rasmita Dixit

Abstract Classics

3  

Rasmita Dixit

Abstract Classics

ନିଅ ଥରେ ମତେ କୋଳେଇ

ନିଅ ଥରେ ମତେ କୋଳେଇ

1 min
59


ନୁହେଁ ମୁହିଁ ରାଧା ନୁହେଁ ମୁଁ ଯେ ମୀରା 

           ନୁହେଁ ବି ତ ଦେବଦାସୀ 

କେମିତି ପୁଜିବି  କେମିତି ଭଜିବି 

            କହିଦିଅ ଥରେ ଆସି ।

 

ଛନ୍ଦା ଚରଣରେ ଅରପିଛି ମୋର 

           ଏଇ ମନ -ତନୁ - ପ୍ରାଣ 

ଏ ମାୟା ସଂସାର ସାଗରୁ ଗଭୀର 

            ବାନ୍ଧି  ରଖେ  ମୋର ଧ୍ୟାନ 

          ନିବେଦନ କରେ 

           ଦେହ ଦେଉଳରେ 

      ଉଭା ହୁଅ ଥରେ ଆସି ......

   ନୁହେଁ ମୁହିଁ ରାଧା ...........................।

  

ମାନସ ମନ୍ଦିରେ  ଭକ୍ତି ଦୀପ  ଜାଳେ 

            ସାଜି ତୁମ ବିରହିଣୀ  

 ହେ ମନମୋହନ ! ତୁମ ବଂଶୀ ସ୍ଵନ 

             ସଜାଇଛି ପାଗଳିନୀ 

            ନିଅ ଥରେ କୋଳେ 

            ଡାକୁଛି ଆକୁଳେ 

          ବିତି ଯାଉ ଅମା ନିଶି .....

        ନୁହେଁ ମୁହିଁ ରାଧା .............।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract