ଶରୀର ଘଟେ ଦେ ପ୍ରତୟ ପାଣି
ଶରୀର ଘଟେ ଦେ ପ୍ରତୟ ପାଣି


ମଙ୍ଗଳ କାରିଣୀ ଅମଙ୍ଗଳ ହାରି
ମଙ୍ଗ ଧରିଥା ମା ଚଉକସ କରି
ମଝି ଦରିଆରେ ଭାସୁଆସଛି ତରୀ
ମହାପ୍ରଳୟ କି ଆସୁଅଛି ମାଡି !
ମଞ୍ଜ ଥରଉଛି ତାର ଗରଜନ
ମରି ମରି ଯାଏ ଆଶାର ସପନ
ମିଛ ମିଛ ଲାଗେ ବଂଚିବାର କ୍ଷଣ
ମନେ ଅନିଶ୍ଚିତତା ବାତାବାରଣ ।
ମାୟା ମୋହ ତୃଷ୍ଣା କବଳରେ ପଡି
ମନ୍ଦ କରମର ଲନ୍ଦଫନ୍ଦେ ଜଡି
ମଜଭୁତ ତରୀରେ ଫାଟ ଧାଡିଧାଡି
ମହା ପ୍ରଳୟର ଜଳ ଆଣେ ତଡି !
ମଲାଜହ୍ନ ପ୍ରାୟ ଜୀବନ ଦିଶଇ
ମୁଠା ମୁଠା ଦୁଃଖ ପ୍ରତିପଦା ଛାଇ
ମହାଶୂନ୍ୟେ ସତେ ଯିବକି ମିଳେଇ
ମୂଲଚାଲ ପରା କିଛି ସରିନାହିଁ !
ମନେ କୁହୁଳୁଛି ଅନୁତାପ ବହ୍ନି
ମରମ ତରଳି ଲୋତକର ପାଣି
ମିନତୀ କରୁଛି ମାଗୋ କାତ୍ୟାୟନୀ
ମୋ ମାଟି ଘଟେ ଦେ ପ୍ରତୟର ପାଣି ।
ମାର ହୃଦୟ ଦୟାର ବାରିଣୀ
ମମତାର ଜଳ ସିଞ୍ଚିଦେ ମା ଆଣି
ଦୁର୍ଗତି ନାଶିନୀ, ମହିଷା ମର୍ଦ୍ଦିନୀ
ମହୀରୁ ଦୁର୍ଗତି ଦୂରାଅ ଜନନୀ ।