STORYMIRROR

Dr Baman Chandra Dixit

Abstract

3  

Dr Baman Chandra Dixit

Abstract

ରାକ୍ଷୀ ବାନ୍ଧିଦେବି

ରାକ୍ଷୀ ବାନ୍ଧିଦେବି

1 min
111

ହାତ ବଢ଼େଇ ଦିଅ ମୁଁ ରାକ୍ଷୀ ବାନ୍ଧିଦେବି

ଭାଇ ହେବାର ଯୋଗ୍ୟତା ଥାଏ ଯଦି

ବାରମ୍ବାର ପ୍ରତାରଣା ପରେ ବି 

ବିଶ୍ୱାସ କରିନେବି

ଆସ କପାଳରେ ଟୀକା ଲଗେଇ ଦେବି

ଆସ ରାକ୍ଷୀ ବାନ୍ଧିଦେବି।


ଲୋଲୁପି ଦୃଷ୍ଟିକୁ ପାରିବ କି କହି

ସ୍ନେହ ମମତା ପ୍ରେମ ନହେଲେ ବି

ସଂଯମତା ଟିକେ ପାରିବ କି ଦେଇ

ଯେବେ ଦେଖେ ମୋ ଆଡ଼କୁ

ଅଜାଡ଼ି ସବୁ ଅଲାଜୁକ ପଣିଆଁ

ସଡକ ନଈ ତୁଠ ଅବା 

ପୋଖରୀ ହୁଡ଼ାରେ 

ବିଲରେ ବାଡ଼ି ରେ ପଡ଼ିଆରେ

ଦୁକାନ ବଜାର ଗହଳିରେ ଆଉ

ସ୍କୁଲ ଫେରନ୍ତା ରାସ୍ତାରେ

କଲେଜ ଛକରେ କ୍ଳାସ ରୁମରେ ବି

ଯେଉଁଠି ଦେଖ ସେଇଠି 

ବାଦ୍ ପଡ଼ିନି କେଉଁଠି।

ତଥାପି ସବୁ ଭୁଲିଯିବି

ବିଶ୍ୱାସ କରିନେବି , ହାତ ବଢ଼େଇ ଦିଅ

ରାକ୍ଷୀ ବାନ୍ଧିଦେବି

ଭାଇ ହେବାର ସତ୍ସାହସ ଥାଏ ଯଦି।


ପବିତ୍ରତା ଟିକେ ରୋପି ପାରିବ କି

କଳୁଷିତ କଳ୍ପନା ରେ ତୁମ।

କଥା ଦେଇପାରିବ କି

କୁନି କୁନି କଳିକା ମାନଙ୍କୁ

କୁନ୍ଦୁଲି ଏବଂ ନିର୍ଭୟା ମାନଙ୍କୁ

ମଣିପୁର ହାଥରସ ରାଜସ୍ଥାନ ଏବଂ 

ପଲ୍ଲୀ ରୁ ନେଇ ଦିଲ୍ଲୀଯାକର ପୀଡ଼ିତା ମାନଙ୍କୁ

ଯଦି ପାରିବ ଆସ 

ହାତ ବଢେଇ ଦିଅ ରାକ୍ଷୀ ବାନ୍ଧିଦେବି।


ନତୁବା କାହିଁକି ଏ ଛଦ୍ମରୂପ

କୃଷ୍ଣା ପାଇଁ କୃଷ୍ଣ ସାଜିବାର ଚକ୍ରାନ୍ତ

ଚାହିଁଥିଲେ ଶ୍ରୀକୃଷ୍ଣ ଛେଦି କି

ପାରି କି ନା ଥାନ୍ତେ ଦୁଃଶାସନ ହସ୍ତ

ଅବଳା ଉଲଗ୍ନ ପ୍ରୟାସ ପୂର୍ବରୁ?

ଅଟକି ପାରି ନ'ଥାନ୍ତା କି

ମଣିପୁର ର ଘୃଣ୍ୟ କୁରୁସଭା?

ସବୁ ସରିଗଲା ପରେ ଆରମ୍ଭ ର

ପୁନଃ ଅନୁମତି ଦେବି ,

ଯଦି ଭାବ ଭାତୃତ୍ୱ ର ଭିଆଇ ପାରିବ 

ମୁଁ ବି ଭଉଣୀ ସାଜି ପାରିବି।

ଆସ ହାତ ବଢ଼େଇ ଦିଅ

ରାକ୍ଷୀ ବାନ୍ଧିଦେବି।


Rate this content
Log in

Similar oriya poem from Abstract