STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଶ୍ରୀରାମ

ଶ୍ରୀରାମ

1 min
16


କୌଶଲ୍ୟା ଜୀବନ ପ୍ରଭୁ ଶ୍ରୀରାମଙ୍କୁ

ସ୍ନେହରେ ଡାକନ୍ତି ଯାହା

ବାପା ଦଶରଥ ଭିନ୍ନ ସ୍ଵାଦ ନେଇ

ଡାକୁଥିଲେ ଧରି ରାହା।


ଦଶରଥ ସ୍ଵର ଆହା କି ମଧୁର

ରାମ ନାମ ଉଚ୍ଚାରଣ

ଏ ସ୍ଵର ଶୁଣିଲେ ପ୍ରତି ମନୁଷ୍ୟଙ୍କ

ଶୁଦ୍ଧ ହୋଇଯାଏ ପ୍ରାଣ।


କୌଶଲ୍ୟା ଡାକନ୍ତି ରାମଭଦ୍ର ଯେବେ

ବାତ୍ସଲ୍ୟ ମମତା ପାଶେ

ଉଙ୍କି ମାରିଥାଏ ପ୍ରାଣରେ ତାଙ୍କର

ବିଶ୍ଵ ସୋନ୍ଦର୍ଯ୍ୟଟା ଭାଷେ।


କୈକେୟୀ ଡାକନ୍ତି ରାମଚନ୍ଦ୍ର ବୋଲି

ପତ୍ନୀ ସୀତା ମାତା ଡାକେ

ନାଥ ହେ ଜଗତେ ଏହିପରି ସତେ

କିଏ କେଉଁ ପରି ଥୋକେ।


ବେଦସ ଡାକନ୍ତି ସେ ୠଷି ବଶିଷ୍ଠ

ଅଯୋଧ୍ୟା ବାସୀଙ୍କ ଶକ୍ତି

ଭକ୍ତିଭରେ ପ୍ରେମେ ଅନ୍ତର୍ମନ ସହ

ଆନନ୍ଦରେ ସୀତାପତି।


ଅନ୍ୟ ମୁନିଗଣ ସ୍ନେହ ଓ ପ୍ରେମରେ

ରଘୁନାଥ ଡାକୁଥିଲେ

କି ସୁନ୍ଦର ଥିଲା ରାମଙ୍କର ନାମ

ଭିନ୍ନଭିନ୍ନ ମହୀତଳେ।


ଜଗତ କଲ୍ୟାଣ ରାନନାମ ସତେ

ଡାକନ୍ତୁ ଭକ୍ତିର ସହ

ଘର ଜଞ୍ଜାଳରେ ଯିଏ ଥିଲେ ଥାଅ

ରାମଠୁ ଦୂରେ ନ ରୁହ।


ଭାରତ ମାଟିରେ ପୂର୍ବ ପୁରୁଷଙ୍କ

ଚିନ୍ତା ଆଉ ଚେତନାରେ

ଦେବା ଆଉ ଦେବୀ ନାମରେ ନାମିତ

ଡାକିଦେଲେ ଶାନ୍ତି ଝରେ।


ଆଜିକାଲି କିନ୍ତୁ ମଣ୍ଟୁ ଚିଣ୍ଟୁ ରିଣ୍ଟୁ 

ଡାକୁଛୁ ହୋଇକି ଭୋଳ

ଯେମିତି ସନ୍ତୁଷ୍ଟ ମୃତ୍ୟୁରେ କାଳରେ

ଠିଆ ହୋଇ ନେବେ କୋଳ।


ନାମରେ ଶରଣ ଏ କଳି କାଳରେ

ହୁଅରେ ସଂସାରେ ହାଟେ 

ମୁକ୍ତିର ଦ୍ଵାରରେ ବୈକୁଣ୍ଠ ପୁରରେ 

ପହଞ୍ଚିବା ବସି ଖଟେ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract