STORYMIRROR

Jyostna mishra

Abstract

4  

Jyostna mishra

Abstract

ଟଙ୍କା

ଟଙ୍କା

1 min
370


ସବୁରି ଜୀବନେ ଲୋଡା ହୁଏ ଟଙ୍କା

ସଭିଏ ପାଆନ୍ତି ନାହିଁ,

ଭାଗ୍ୟ ସାଥୀ ହେଲେ ଖୁସି ଆଣିଦିଏ,

ଧନୀ ହୋଇଯାଏ ସେହି ।।


ଆଜି ଯେ ଫକୀର କାଲି ସେ ଅମୀର 

ଯା ସାଥେ ସମୟ ଥାଏ,

ଯାହା ଭାଗ୍ୟେ ମିଳେ ଧନ ଓ ଦରବ

ସୁଖର ପସରା ପାଏ ।।


ବଡକଥା ହେଲା ପରିସ୍ଥିତି କା'ର

ଆକଳନ ଅସମ୍ଭବ

ଯା ଭାଗ୍ୟେ ଲଟେରୀ ଲାଗିଯାଏ ଜାଣ 

ତା ଭାଗ୍ୟକୁ ଥରେ ଭାବ ।।


ବିଳାସ ବ୍ୟସନ ନିଜ ଖୁସି ପାଇଁ

ଟଙ୍କା ଯୋଗୁଁ ମଧ୍ୟ ଦୁଃଖ

ଏମିତି ବି ହୁଏ ସେହି ଟଙ୍କା ପାଇଁ

ମିଳେନି କେବେବି ସୁଖ ।।


ଘର ସଂସାରକୁ ପଛରେ ପକାଇ

ଟଙ୍କା ପ୍ରତି ଲୋଭ ରଖେ,

ସୌନ୍ଦର୍ଯ୍ୟ ପାଇଁ ବି ଚର୍ଚ୍ଚାରେ ରୁହନ୍ତି

ଆଜିର ରୂପସୀ ଥୋକେ ।।


ଟଙ୍କାର ମୂଲ୍ୟ ଟି ଭାରତରେ ଯାହା

ନେପାଳ ଭୂଟାନେ ତାହା,

ଡଲାର ସହିତ ତୁଳନା କରିଲେ

ମୂଲ୍ୟ ଖସୁଥାଏ ଯାହା ।।


ଟଙ୍କା କିଣିନେଲା ମଣିଷ ଦୁନିଆ

ତାହା ପାଖେ କ୍ରୀତଦାସ,

ଟଙ୍କା ଜାଣେ ନାହିଁ ସ୍ନେହ ଓ ମମତା

ମଣିଷ ହୁଏ ତା ବଶ ।।


ନିଜକୁ ବିକୁଛି ଟଙ୍କା ପାଖରେ ଯେ

ନିର୍ବୋଧ ମଣିଷ ସିଏ,

ଟଙ୍କା ଗଣିଗଣି ଜୀବନଟା ବିତେ

ସମୟ ପାଖେ ନଥାଏ ।।


ବିନା ପଇସାରେ ନିଜର ଲୋକଟି

ହୋଇଯାଏ ପରା ପର,

ଖାଦ୍ୟ ବସ୍ତ୍ର ଗୃହ ଦରକାର ଠାରୁ

ଟଙ୍କା ବେଶୀ ଦରକାର ।।


ଟଙ୍କା କରିଦିଏ ସବୁ ମୁହଁ ବଙ୍କା

ସମାଜ କଥା ନିଆରା,

କେହି ବୁଝିବେନି ଟଙ୍କା ନଥିଲେ ଯେ

ହୋଇଯିବ ବେସାହାରା ।।


ଟଙ୍କା ପାଶେ ନାହିଁ ହାତ ଗୋଡ ସତ

ହାତୁ ହାତ ଚାଲୁଥାଏ,

ପାଟି ନାହିଁ ସତ ଟଙ୍କାଟି ର ଦେହେ

କଥା ତ ଅନେକ କୁହେ ।।


"ବିନା ଅର୍ଥେ କେହି ନ ବୁଝନ୍ତି ଭୋକ

ପେଟ ଦୁଃଖ ପେଟେ ଛପେ, 

ଦୁଆର ଦୁଆର ଖୋଜୁଥିଲେ ରାହା

ମିଳେନି ତୋରାଣି ଟୋପେ" ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract