STORYMIRROR

Bijay Prusty

Abstract

4  

Bijay Prusty

Abstract

ମଦିରା ମାଦକତା

ମଦିରା ମାଦକତା

1 min
378


ମନେ ନାହିଁ ଦିନ ତାରିଖ ଓ ବାର

ଯେଦିନ ମୋ ପାଖେ ବସି

ଶୂନ୍ୟପାତ୍ରେ ମୋର ଭରିଲ ମଦିରା

ଦେଇଥିଲ ଟିକେ ହସି I

ମଦିରା ମହକେ ମହକି ଉଠିଲା

ଚତୁର୍ଦ୍ଦିଗ ମହ ମହ

ତୁମ ପରଶରେ ମନ ଚହଲିଲା

ଚହଲିଗଲା ମୋ ଦେହ I

ପିଆଲା ଭରିଲ ମନ ଭରିଗଲା

ଓଠରୁ ହଜିଲା ଶୋଷ

ପିଆଲାରେ ତୁମେ ମୋ କଣ୍ଠେ ଭରିଲ

ସୁମଧୁର ସୋମରସ I

ସବୁ ଅବସୋସ ଦୂର ହୋଇଗଲା

ଭିଜିଗଲି ତୁମ ପ୍ରେମେ

ଗୋଟି ଗୋଟି ସବୁ ମନେଅଛି ଆଜି

ଭୁଲିବିନି ଏ ଜୀବନେ I

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract