ଜୀବନ ତରୀ
ଜୀବନ ତରୀ
ତୁମରି ତଣ୍ଟିର ଶୋଷଟିଏ ହେବି
ମନେ କରଥିଲି କେତେ ଯେ ଆଶା
ଆଶା ବୈତରଣୀ ପାରି ହେଉଥିଲି
ନଥିଲେ କେହି ମୋ ସାହା ଭରସା ।
ମରୁଭୂମୀ ପରେ ଉଦାସ ମନରେ
ଧୂଳିଝଡେ ଦେହ ହେଲା ଅବସ
ବୁଝିପାରିଲନି ମରୁଝର ଭାବି
ତୁମରି ମୁହଁରେ ଫୁଟିଲା ହସ ।
ଧିର ପାଦ ଚାଳି ଆସିଲ ମୋ ପାଶେ
ନୟନେ ଯା ତୁମେ ଦେଖିଲ ସଖୀ
ମରୁଝର ନୁହେଁ ଜୀଅନ୍ତା ମୁର୍ଦ୍ଦାର
ଦେଖି ଛଳ ଛଳ ତୁମର ଆଖି ।
ଆଶା ଫୁଲ ସବୁ ମଉଳିଲେ ଧିରେ
ଦିନରେ ଘୋଟିଲା ଅନ୍ଧାର ଘୋର
ସଜବାଜ ହେଲେ ଗୋଟିଏ ନାଆରେ
ପାରିହେବା ପାଇଁ ଭବ ସାଗର ।
ଜୀବନ ନଈରେ ନଉକା ଆମର
ଆଗକୁ ଆଗକୁ ଯାଉଛି ଭାସି
ଦୁଇକୂଳ ଦିଶେ ସବୁଜ ସୁନ୍ଦର
ଦେଖିଦେଲେ ମନ ହେଉଛି ଖୁସି ।