STORYMIRROR

BULU BEHERA

Fantasy Inspirational Children

3  

BULU BEHERA

Fantasy Inspirational Children

ଅତିଥି ସତ୍କାର

ଅତିଥି ସତ୍କାର

1 min
136

ବିରାଟକାୟ ସର୍ପଟିଏ ଆସି

        ପହଞ୍ଚିଲା ଟ୍ୟୁସନ ଗୃହେ,

ବଡ ଭୟଙ୍କର ଗର୍ଜନ କରି

         ପିକନିକ ଯିବାକୁ କହେ l


ତାର ଗର୍ଜନ ଶୁଣି ଆମ୍ଭେମାନେ

         ଆସିଲୁ ତାର ନିକଟକୁ,

କି ସୌନ୍ଦର୍ଯ୍ୟ ତାର ରୂପ

         ଦେଖିଲୁ ସଭିଏଁ ତାହାକୁ l


ତା ଭିତରେ ପ୍ରବେଶ କରିବାକୁ

         ତିଆରି ହୋଇଛି ପଥଟି,

ସେହି ମାର୍ଗ ଦେଇ ଚାଲିଆସିଲୁ

         ଯେତେ ସବୁ ପିଲା ଏକାଠି l


ଦେଖିଲୁ ଭିତରେ ସାପୁଆ ଅଛି

         ଭୁଜଙ୍ଗର ଫେଣକୁ ଧରି,

କାମରେ ସାହାଯ୍ୟ କରିବା ପାଇଁ

          ଆସିଛି ସେ ଚେଲାକୁ ଧରି l


ତାହାରି ଭିତରେ ବସିବା ପାଇଁ

          ତିଆରି ହୋଇଛି ଆସନ,

କି ମନୋରମ ଦେଖାଯାଏ ତାହା

          ଶୋଇବାକୁ ହୁଅଇ ମନ l


ସବୁ ପିଲା ମିଶି ବସିଲୁ ଯାଇ

          ତାହାରି ଆସନ ଉପରେ,

ଟ୍ୟୁସନ ଶିକ୍ଷକ ମଧ୍ୟ ବସିଲେ

          ସାପୁଆ ଭାଇଙ୍କ ପାଖରେ l


ବଡ ଭୟଙ୍କର ଗର୍ଜନ କରି

          ଚାଲିଲା ସେ ଆଗକୁ ମାଡି,

ଭୟରେ କାତର ହୋଇ ଧରିଲୁ

           ନିଜର ଆସନକୁ ଭିଡି l


ଉଦର ମଧ୍ୟରେ  ରଖି ଆମକୁ

           ସଁ ସଁ ଗର୍ଜନ କରି ଯାଏ,

ରକ୍ଷାକର ମହାପ୍ରଭୁ ଆମକୁ

            ଜୁହାରୀ  ଜଣାଉ  ସଭିଏଁ l


ତାହାର ଶରୀର  ଭିତରେ ଥାଇ

            ଡାକ ଦେଉ ଝlଡ଼େଶ୍ୱରଙ୍କୁ,

ରକ୍ଷାକର ଏ ସର୍ପ ଦଂଶନରୁ,

            ହେ ପରମେଶ୍ୱର ସଭିଙ୍କୁ l


ଆମର ଗୁହାରୀକୁ ପ୍ରଭୁ ଶୁଣି

            ସାପ  କବଳରୁ ରୋକିଲେ,

ପ୍ରଭୁଙ୍କ ଦର୍ଶନ ଲାଭ  କରି

            ପ୍ରଣତି କଲୁ ପାଦତଳେ  l


ତାପରେ ଯାଇ ବସିଲୁ ସଭିଏଁ

            ସାପର ଆସନରେ  ଯାଇ,

ମସ୍ତକ ଜୋରରେ ଘୁରାଉଥାଏ

            ବାନ୍ତି ଟିକେ ଟିକେ ଲାଗଇ l


ତାପରେ ଯାଇ ପହ୍ଞ୍ଚିଲୁ ଆମେ

            ରୁଚିର ନିର୍ମଳ ଝରରେ,

କି ସୌନ୍ଦର୍ଯ୍ୟ ତା ପ୍ରାକୃତିକ ଦୃଶ୍ୟ

           ଆଖି ଯାଏ ଆମ ଲାଖିରେ l


ସେହି ସ୍ଥାନରେ ସଭିଏଁ ପହଞ୍ଚି

           ଆନନ୍ଦରେ ସ୍ନାନ କରିଲୁ,

କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟକୁ ଦେଖି

           ଅତୀତ ଗାଥାକୁ  ସ୍ମରିଲୁ l


ଏସବୁ ଆମ ପୂର୍ବ ପୁରୁଷଙ୍କ 

           କାରିଗରୀ କୌଶଳ  ବିଦ୍ୟା,

ଗତ ଗୌରବକୁ  ସାକ୍ଷ୍ୟ ଦେବାକୁ

           ସୁପ୍ତ ହୋଇ ରହିଛି ଅଦ୍ୟା l


ନିଶାଳ ପ୍ରସ୍ତର ଗାତ୍ରରେ ଗଢ଼ା

            କି ମନୋରମ  କାରୁକାର୍ଯ୍ୟ,

ଏତେ ସୁକ୍ଷ୍ମ ଭାବେ  ଗଢ଼ା ହୋଇଛି

           ଦେଖିଲେ  ହୋଇବ ଆଶ୍ଚର୍ଯ୍ୟ l


ସେହି ଠାରୁ ଆମେ ବିଦାୟ ନେଉଇ

           ପହ୍ଞ୍ଚିଲୁ ଖୋର୍ଦ୍ଧା ଜିଲ୍ଲାରେ,

ଚିଲିକାର ଚିତ୍ରପଟକୁ ଦେଖି

           ଭୟ ଲାଗୁଥାଏ  ମନରେ l


ସଁ ସଁ ଗର୍ଜନ କରି କ୍ଷିପ୍ର ବେଗେ

            ମାଡି ଆସୁଥାଏ  ପାଖକୁ,

ତା ନିଲାଭ ଜଳରାଶିକୁ ଡରି

           ଚାଲିଯାଉ କିଛି ଦୂରକୁ l


ସେ ବଖାଣି ହୋଇ ଆମକୁ କହେ

            କାହିଁକି ଘୁଂଚୁଛ ପଛକୁ,

ମୋର ପାଖକୁ ଆସ ଧୋଇ ଦେବି

            ତୁମ କୋମଳ ଚରଣକୁ l


ତୁମେ ସବୁ ଆଜି ଠାରୁ ହୋଇଲ

            ଅତି ଆପଣାର ଅତିଥି,

ଅତିଥି ସତ୍କାର କରୁଅଛି ମୁଁ

            ଖୁସିରେ ସଭିଙ୍କୁ  ଏଇଠି l


ମୋର ବାରିଧାରା଼କୁ ପାନ କର

            ଥଣ୍ଡା ପାନୀୟ ମନେକରି,

ନୀରରେ ଯାଇ ଗାଧୋଇଲେ ତୁମେ

            ସବୁ ଖୁସି ପାଇବ ଫେରି l


ଅହି ଦଂଶନରୁ ତୁମେ ସବୁ

           ନିମିଷେକେ ମୁକ୍ତି ପାଇବ,

ମୁଣ୍ଡ ବୁଲା ଓ ବାନ୍ତି କବଳରୁ

            ସବୁ ଉପଶମ ହୋଇବ l


ମୋ ଜଳେ ଥିବା ଚିଙ୍ଗୁଡ଼ିକୁ ଧରି

           ତୁମକୁ ପ୍ରଦାନ କରୁଛି,

ତୁମ ପରି ଅତିଥି ପାଇ ଆଜି

          ନିଜକୁ ଧନ୍ୟ ମୁଁ ମଣୁଛି l


ଥାଉ ଥାଉ ତୁମେ କିଆଁ ଦେଉଛ

         ଏସବୁ  ଚିଙ୍ଗୁଡ଼ିକୁ  ଧରି,

ନାରାୟଣୀ ଓ ଭଗବତୀ ଯିବୁ

        ସବୁ ଆମେ ଦର୍ଶନ କରି l


ବନ୍ଧୁର ମର୍ଯ୍ୟାଦାକୁ ରକ୍ଷା କର

        ବାରମ୍ବାର  ନାହିଁ  ନ  କରି,

ସୁଯୋଗକୁ ହାତ ଛଡା କରନି

         ପଛେ ଖୋଜିବ ତୁମେ ଭାରି l


ହେଉ, ଧନ୍ୟବାଦ ଗ୍ରହଣ କରୁଛୁ

         ତୁମର ଏହି  ସାମଗ୍ରୀକୁ,

ତୁମ ଭଳିଆ ଅତିଥି ସତ୍କାର

          କରିନାହିଁ  କିଏ  ଆମକୁ l


ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କଲେ

          ଚିଠି ମୋ ପାଖକୁ ଲେଖିବ,

ବହୁ ଦୂର ଅତିଥିକୁ ନ ଭୁଲି

          ମନର କଥା ଜଣାଇବ l


ମୋର ଠିକଣା ଲେଖି ରଖ

           କହୁଅଛି ତୁମ୍ଭନୁ ଖୋଲି,

ଲେଖିବ ମୋହର ନାମକୁ "ଟୁ " ରେ

          ଚିଲିକା କାଳିଜାଈ ବୋଲି l


ଜିଲ୍ଲା ଲେଖିବ ଖୋରଦ୍ଧା ବୋଲି ଯେ 

          ତୁମ୍ଭେ ଠିକଣାକୁ ନ ଭୁଲି,

ଏତିକି ଲେଖିଲେ ତୁମର ଚିଠି

          ଆସିବ ମୋ ପାଖକୁ ଚାଲି l


ଆମର ଠିକଣାକୁ ଲେଖି ରଖ

           ତୁମକୁ କହୁଛୁ ଯେ କାନେ,

"ଟୁ " ରେ ଵାଣିଶ୍ରୀ କୋଚିଙ୍ଗ ସେଣ୍ଟର

          ଲେଖିବ ନ ଭୁଲି ଯେ ମନେ l


ଏଟରେ ଲେଖିବ କେ. ନୂଆପଲ୍ଲୀ

           ପୋଷ୍ଟ ଆମର ଦେବଭୂମି,

ଭାୟାରେ ଲେଖିବ ଆସିକା ବୋଲି

           ଜିଲ୍ଲା ଅଟେ ଆମ ଗଞ୍ଜାମି l


ଯାଉଛୁ ଆମେ ବିଳମ୍ବ ହେଲାଣି

          ପୁଣି ଦେଖା ହୋଇବ କେବେ,

ଏତିକିରେ ରହିଲୁ ଆମ୍ଭେମାନେ

          ତୁରନ୍ତ ଚିଠି  ପଠାଇବେ,।


ଟାଟା, ବାୟ, ବାୟ କରି ସଭିଏଁ

          ନେଲୁ ସେହିଠାରୁ ମେଲାଣି,

ମା ଭଗବତୀଙ୍କ ପୀଠରେ ଯାଇ

          ପହଂଚିଗଲା ବେଗେ ଫଣୀ l


ମା'ଙ୍କୁ ଦର୍ଶନ କରି ଜଣାଇଲୁ

          ଆନ୍ତରର ସବୁ ବେଦନା,

କେତେ ଆଶା ନେଇ ଆମେ ଆସିଛୁ

          ପୂର୍ଣ୍ଣ କର ମନସ୍କାମନା l


ମା ଭଗବତୀଙ୍କୁ ଦର୍ଶନ ସାରି

          ପହଂଚିଲୁ ନାରାୟଣୀରେ,

ପ୍ରାକୃତିକ ଦୃଶ୍ୟ କି ମନୋରମ

          ବର୍ଣ୍ଣନା କରିବା କଷ୍ଟରେ l


ମାଆଙ୍କୁ ଯାଇ ଦରଶନ କରି

         ଜଣାଇଲୁ ସବୁ ଦୁଃଖକୁ,

ମା ଜଗତ ଜନନୀ ନାରାୟଣୀ

          ଦେଖ ଆମର ଅବସ୍ଥାକୁ l


ବହୁ ଦୂରରୁ ଆସିଅଛୁ ଆମେ

          ତୁମର ପବିତ୍ର ପୀଠକୁ,

କରୁଣା ସିନ୍ଧୁରୁ କରୁଣା ଟିକେ

          ଦିଅ ମାତା ତୁମେ ଆମକୁ l


ବଣଭୋଜି କରି ଖାଇଲୁ ସେଠି

          ସଭିଏଁ ମହା  ଆନନ୍ଦରେ,

ତାପରେ ସମସ୍ତେ ଗାଡ଼ିରେ ବସି

         ପହଂଚିଲୁ ନିଜ ଗୃହରେ l


ଭାଗ୍ୟରେ ଥିଲେ କରିବ ଦର୍ଶନ

        ବିଭିନ୍ନ ତୀର୍ଥ ସ୍ଥାନ ବୁଲି,

କେତେ ଧର୍ମ କେତେ ପୂଣ୍ୟ ଲଭିବ

        ପାପ ତୁମଠୁ  ଯିବ ଚାଲି l


     




      


Rate this content
Log in

Similar oriya poem from Fantasy