ଓଁ ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମଃ
ଓଁ ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମଃ
ଓଁ ପ୍ରଭୁ ଦେବାୟ ନମୋ ନମୋ
ଓଁ ବାସୁଦେବାୟ ନମଃ ନମଃ,
ଓଁ ରଘୁନାଥ|ୟ ନମୋ ନମୋ
ଓଁ ନାରାୟଣ|ୟ ନମଃ ନମଃ |
ଦିବାନିଶି ଜପୁଅଛି ନାମ
ଓଁ ପ୍ରଭୁ ଶ୍ରୀ ଶ୍ରୀ ପୁରୁଷୋତ୍ତମଃ |
କଳିରେ ଆସିଛ ଏ ଧରାକୁ
କଳକୀ ଅବତାରେ ହେ ତୁମେ,
ଲୀଳାମୟ ପ୍ରଭୁ ଶ୍ରୀ ଠାକୁର
ଲୀଳା ଲଗାଇଛ ପୁରୀ ଧାମେ |
ତୁମ ଦର୍ଶନେ ଧନ୍ୟ ମୁଁ ହେଲି
ଘେନ ପ୍ରଭୁ ମୋ କୋଟି ପ୍ରଣାମଃ
ଦିବାନିଶି ଜପୁଅଛି ନାମ
ଓଁ ପ୍ରଭୁ ଶ୍ରୀ ଶ୍ରୀ ପୁରୁଷୋତ୍ତମଃ |
ଆକୁଳେ ଯିଏ ଡାକେ ତୁମକୁ
ଶୁଣୁଛ ପ୍ରଭୁ ତାର ଗୁହାରୀ,
ଭକ୍ତର ବିପଦ ଆପଦରେ
ଉଭା ହୁଅ ନିଜ ରୂପ ଧରି |
ତୁମେ ମହାନ ହେ ଭଗବାନ
ଯୁଗାଵତାରୀ ପ୍ରଭୁ ଶ୍ରୀ ରାମଃ |
ଦିବାନିଶି ଜପୁଅଛି ନାମ
ଓଁ ପ୍ରଭୁ ଶ୍ରୀ ଶ୍ରୀ ପୁରୁଷୋତ୍ତମଃ |
