ଆହେ ଗୋଲକ ବିହାରୀ
ଆହେ ଗୋଲକ ବିହାରୀ
ହରି ହରି ନରହରି
ମୋର ଦୁଃଖ ଶୁଣ ହରି l(୦)
ତୁମେ ନ ଶୁଣିବ ପ୍ରଭୁ,
ମୁଁ ଦୁଃଖରେ ଯିବି ମରି l
ଡାକ ଶୁଣ, ଡାକ ଶୁଣ
ଆହେ ଗୋଲକ ବିହାରୀ l(୧)
ନାନା ରୂପେ ପାଅ ପୂଜା,
ନାନା ନାମରେ ହେ ତୁମେ,
ନାନା ନାମରୁ ଗୋଟେ ନାମ,
ଶ୍ରୀକ୍ଷେତ୍ର ପୁରୀ ତୀର୍ଥ ଧାମେ l
ସ୍ଥୁଳ ନେତ୍ରେ ଚାହିଁ ଦେଇ,
ଏ ଭବରୁ କର ପାରି (୨)
କେତେ ନାମ ମୁଁ ଜପୁଛି,
କେତେ ଲୀଳା ଯେ କୀର୍ତ୍ତନ l
କେତେ ଶ୍ରୀ ମନ୍ଦିର ଯାଇ
କରିବି ତୁମ ଦର୍ଶନ l
ଗାଇ ଗାଇ ତୁମ ନାମ
ଏ ଜୀବନ ଯାଉ ସରି (୩)
କଳି ଶେଷେ ପାଅ ପୂଜା,
କଳିରେ ଆସି ହେ ତୁମେ l
କଳିର ଠାକୁର ଭାବେ,
ଜଗନ୍ନାଥ ସ୍ୱାମୀ ନାମେ l
ଧନ୍ୟ ହେଲା ଏ ଜଗତ,
ତୁମକୁ ପ୍ରଭୁ ହେ ଧରି ।।(୪)
