STORYMIRROR

Snigdha Panda

Abstract Classics

3  

Snigdha Panda

Abstract Classics

ଗୃହପାଳିତ

ଗୃହପାଳିତ

1 min
143

ସମସ୍ତେ ନିଜ ପାଇଁ କିଛି ଖୋଜନ୍ତି 

ନିଜ ପାଇଁ ଗଛ ଖୋଜେ ପାଣି ଆଉ ଆଲୁଅ 

ବଢିବାକୁ, ଫୁଟିବାକୁ, ଫଳିବାକୁ 

ନିଜ ପାଇଁ ନଈ ଖୋଜେ ଗଡାଣି 

ଆଗକୁ ଆଗକୁ ବହିଯିବାକୁ

ନିଜ ପାଇଁ ଜହ୍ନ ବି ଖୋଜେ ସୁରୁଜ 

ପ୍ରକାଶ ହେବାକୁ 

ନିଜ ପାଇଁ ସେ କିନ୍ତୁ ଖୋଜେ ନାହିଁ କିଛି

ତମେ ଯାହା ଚାହଁ ତା' ହିଁ ଚାହେଁ 

ତମେ ଯାହା ଖୋଜ, ତା' ହିଁ ଖୋଜେ 

କେବେ ହେଲେ ନିଜ ପାଇଁ ନୁହେଁ ।


ତମ ଇଛାରେ 

ଖାଇବାକୁ ଇଛା ନ ଥିଲେ ବି ଖାଏ

ତମ ଇଛାରେ ବି ନ ଖାଇ ସେମିତି ରହିଥାଏ 

ତମ ଇଛାରେ ଚାଲେ

ତମ ଇଛାରେ ଭୁଲେ 

ତମ ଇଛାରେ କାଢି ପକାଏ ବାସ ବେଶ ଆଭୂଷଣ 

ତମ ଇଛାରେ ଢାଙ୍କିଥାଏ ନିଜଠି 

ପ୍ରସ୍ତ ପ୍ରସ୍ତ ଅନ୍ଧାରର ମହଳଣ ।


ଘରେ ଥାଏ ତମ ପାଇଁ 

ହସେ ତମ ପାଇଁ 

ତମର ଯାବତ ଅଦଉତି ଆଗରେ 

ନିଜର ଆତ୍ମା ଅଛି ବୋଲି ଭୁଲିଯାଏ 

ସମସ୍ତେ ତାକୁ ନାରୀ କହନ୍ତି 

ହେଲେ

ତମ ଇଛାକୁ ସୁହେଇଲା ପରି

ତା'ଠାରୁ ଭଲ ପୋଷା ଜୀବ ଆଉ କିଏ ଯେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract