STORYMIRROR

Snigdha Panda

Abstract Classics

4  

Snigdha Panda

Abstract Classics

ଗୋଟିଏ ମାତ୍ର ମନ୍ତ୍ରରେ

ଗୋଟିଏ ମାତ୍ର ମନ୍ତ୍ରରେ

2 mins
25

ଗୋଟିଏ ମାତ୍ର ମନ୍ତ୍ରରେ 

ତୁ ମୋର ସାରା ପୃଥିବୀକୁ

ଅସଜଡ଼ା କରି ସାରିଲା ପରେ 

ପୁଣି ସେଇ ମନ୍ତ୍ରରେ 

ସଜାଡ଼ି ଦେଉ କ୍ଷଣକରେ 

କଣ ଅଛି ଯେ 

ମୋର ଭାବିବା କି ନ ଭାବିବାରେ

ମୋର ପାରିବା କି ନ ପାରିବାରେ 

ଯେତେବେଳେ 

ମୋର ବୋଲି ତୁ ଚିହ୍ନେଇଦେଇଥିବା 

କ୍ରମ କ୍ଷୟିଷ୍ଣୁ ଅହଙ୍କାରୀପଣକୁ

ମୁଁ ଯେତେ ଆବୋରି ରଖେ 

ସେତେ ସେତେ ଚୂନା ହୋଇ 

ଭାସି ଯାଉଥାଏ ସମୁଦ୍ର ଗର୍ଭକୁ ll 


ଗୋଟିଏ ମାତ୍ର ମନ୍ତ୍ରରେ 

ମୋର ପ୍ରବେଶ ଓ ପ୍ରସ୍ଥାନ 

ରାଗ ରୁଷା ଅସୂୟା ଓ ଅଭିମାନ 

ହୃଦୟର ଆଲୋକ ଓ ଆକାଶର ଅନ୍ଧାର

ସବୁକିଛି ସମାନ ବୋଲି କହି

ପାଦ ତଳେ ବିଛେଇ ଦଉ ରାସ୍ତା 

ମୋର କଣ ଚାରା ଥାଏ ଆଉ

ଆଖି ବୁଜି ସନ୍ତର୍ପଣରେ ଚାଲୁ ଚାଲୁ

ଏମିତି ଲାଗୁଥାଏ 

କେହି ଜଣେ ପାଖେ ପାଖେ ଅଛି 

ଯାହାର ଅଦୃଶ୍ୟ ହାତ ମୋ ହାତକୁ ଛୁଉଁଛି II


ଗୋଟିଏ ମାତ୍ର ମନ୍ତ୍ରରେ 

ମୋର ବିଗତ ଓ ଅନାଗତ ମୂହୁର୍ତ୍ତମାନଙ୍କର 

ଘଟଣ ଅଘଟଣର 

ଦେହ ଅଦେହର 

ପୂର୍ଣ୍ଣଛେଦ ପଡ଼ିବାର ଥାଏ ବୋଲି 

ତୋ ଇଚ୍ଛାରେ ହିଁ 

ମୋର ପ୍ରାପ୍ତି ଓ ସମର୍ପଣ 

ଥରକୁ ଥର ଯାଉଥାଏ ଭୁଲି I।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract