STORYMIRROR

Snigdha Panda

Abstract Inspirational Others

4  

Snigdha Panda

Abstract Inspirational Others

ଅମୃତ କାଳର ମନ୍ତ୍ର

ଅମୃତ କାଳର ମନ୍ତ୍ର

1 min
15

ଆକାଶରେ ଧୂଆଁ ମାଟିରେ ନିଆଁ ସବୁଠି ବିଷ 

ପ୍ରଦୂଷଣରେ ଟିକେ ଟିକେ ହୋଇ ସରେ ଆୟୁଷ ॥

ପ୍ଲାଷ୍ଟିକ ଜରି ଭାସୁଛି ଉଡୁଛି ରହିଛି ପଡି 

କାଚ ଟିଣ ସାର ଔଷଧ ପାଉଁଶ ଯାଉଛି ବଢି ॥

ଛାତିରେ ସାଇତି ହଜାରେ ବର୍ଷର ଅସାର ବସ୍ତୁ 

ବ୍ୟଥା ବେଦନାରେ ବହିଲାଣି କେତେ ଗଙ୍ଗାର ଅଶ୍ରୁ

ବଢୁଛି ଯେତିକି ଧନ ସେତେ ଛୋଟ ହେଉଛି ମନ 

କିଣ ଆଉ ଫିଙ୍ଗ ପ୍ରତିଯୋଗିତାରେ ବିତୁଛି ଦିନ ॥

ତେଜଷ୍କ୍ରିୟ ରଶ୍ମି ବିକିରଣ କାହିଁ ଯାଉଛି ଘେରି

ନାନା ଆବର୍ଜ୍ଜନା ଆମ ଚାରି ପାଖେ ଗଲାଣି ଭରି ॥

ହୃଦୟ ଥରାଇ ବାଜୁଛି ଶବ୍ଦ ଭଳି କି ଭଳି 

ଲୋଡା ନ ଥାଇ ବି ଜଳୁଛି ଆଲୁଅ ଦିନ ଠୁଁ ବଳି ॥

ଘର ରାସ୍ତା ପାଣି ପବନ ତାତୁଛି ହେଉନି ଚାହିଁ 

କେତେ ନୂଆ ନାଆଁ ଅଜଣା ରୋଗ ଯେ ଆସୁଛି ଧାଇଁ

ଆମ ଅମାନିଆଁ ପଣରୁ ଆମେ ହିଁ ଭୋଗୁଛେ କଷ୍ଟ 

ଆମ କାମ ଲାଗି ଆମର ଭବିଷ୍ୟ ହେଉଛି ନଷ୍ଟ ॥

କଅଣ କେମିତି କାହିଁକି ହେଉଛି ଯଦି ଜାଣିବା 

ବେଳ ଥାଉ ଥାଉ ନିଜକୁ ନିଜେ ହିଁ ସୁଧାରି ନେବା

ପ୍ରକୃତି ଆମର ମାଆ ତାକୁ ଆମେ ସଜେଇ ଦବା

ବଞ୍ଚିବାକୁ ଯାହା ଅନିବାର୍ଯ୍ୟ ତାହା ତା'ଠାରୁ ନେବା

ବିଜ୍ଞାନର ବରଦାନ ଭସ୍ମାସୁର ସାଜି ନ ଯାଉ  

ଅମୃତ ପୁତ୍ର ଶତେକ ଶରଦ ଖୁସିରେ ଜିଉଁ ॥

ଭୁଲିବାର ନାହିଁ ଅମୃତ କାଳର ମନ୍ତ୍ର ଏହି

ବିଜ୍ଞାନ ପରା ପୃଥିବୀ ଆମର ହସିବା ପାଇଁ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract