STORYMIRROR

Snigdha Panda

Romance

3  

Snigdha Panda

Romance

ଚିଠି

ଚିଠି

1 min
15

ଉଦାସୀ ଗେରୁଆ ଗୋଧୂଳି ବେଳାରେ

ଚିଠି ଲେଖି ପକାଇଲି ଡାକ ବାକସରେ 

ବେରିଙ୍ଗି ହୋଇ ସେ ଲେଉଟି ଆସିଲା 

ଡାକବାଲା ଫେରେଇଲା ପୁଣି ମୋ ହାତରେ ।। 


ସେଦିନ ରାତିରେ ଜୋଛନାରେ ଭିଜି

ମଲ୍ଲୀମାଳ ଗୁନ୍ଥିଥିଲି 

ମନର ମାଣିକ ପଦକ ବନେଇ 

ତହିଁରେ ଝୁଲେଇ ଦେଲି

ଜଣା ତ ନ ଥିଲା ଭାରି ହେଲେ ଚିଠି 

ଟିକଟର ମୂଲ ମାଗି ବଦନାମ କରେ ।।


କିଏ ଜାଣିଥାନ୍ତା ମୋ ନିଜ ଠିକଣା

ଯଦି ମୁଁ ନ ଥାନ୍ତି ଲେଖି 

ହଜି ଯାଇଥାନ୍ତା କୋଉ ଅନ୍ଧାରରେ

ଅଦିନ ଝଡର ପକ୍ଷୀ 

ସେ ନପଢିଲା ନାହିଁ ନିଜେ ମୁଁ ପଢୁଛି 

ଲିଭି ଆସୁଥିବା କଥାଯାକ ଗୋପନରେ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance