STORYMIRROR

Snigdha Panda

Romance

3  

Snigdha Panda

Romance

ଚିଠି

ଚିଠି

1 min
7

ଉଦାସୀ ଗେରୁଆ ଗୋଧୂଳି ବେଳାରେ

ଚିଠି ଲେଖି ପକାଇଲି ଡାକ ବାକସରେ 

ବେରିଙ୍ଗି ହୋଇ ସେ ଲେଉଟି ଆସିଲା 

ଡାକବାଲା ଫେରେଇଲା ପୁଣି ମୋ ହାତରେ ।। 


ସେଦିନ ରାତିରେ ଜୋଛନାରେ ଭିଜି

ମଲ୍ଲୀମାଳ ଗୁନ୍ଥିଥିଲି 

ମନର ମାଣିକ ପଦକ ବନେଇ 

ତହିଁରେ ଝୁଲେଇ ଦେଲି

ଜଣା ତ ନ ଥିଲା ଭାରି ହେଲେ ଚିଠି 

ଟିକଟର ମୂଲ ମାଗି ବଦନାମ କରେ ।।


କିଏ ଜାଣିଥାନ୍ତା ମୋ ନିଜ ଠିକଣା

ଯଦି ମୁଁ ନ ଥାନ୍ତି ଲେଖି 

ହଜି ଯାଇଥାନ୍ତା କୋଉ ଅନ୍ଧାରରେ

ଅଦିନ ଝଡର ପକ୍ଷୀ 

ସେ ନପଢିଲା ନାହିଁ ନିଜେ ମୁଁ ପଢୁଛି 

ଲିଭି ଆସୁଥିବା କଥାଯାକ ଗୋପନରେ ।। 


Rate this content
Log in

Similar oriya poem from Romance