"ବର୍ଷା"
"ବର୍ଷା"


ବର୍ଷା
(ଏକ ଗଜଲ)
ମନର କୋହ ଯେବେ ଜମାଟ ବାନ୍ଧେ,
ମେଘୁଆ ଆକାଶରେ,
ମିଳନ ଆଉ ବିରହର ରାଗିଣୀରେ,
ପ୍ରେମର ଦହନରେ,
ମତୁଆଲା ହେଇ
ବର୍ଷା ଗଜଲ ଗାଏ,
ବର୍ଷା ଏକ ଗଜଲ I
(ବାସ୍ନା)
ଭିଜାମାଟି,
ସ୍ମୃତି ବାଲକୋନୀରୁ
ପ୍ରେମ ମଧୁମାଳତୀ,
ଆଉ ତା ସାଙ୍ଗକୁ,
ପ୍ରିୟI ଦେହର ସେ
ମିଠାମିଠା ବାସ୍ନା,
ଆଜି ଅତୀତରେ ବିଲୀନ,
ହେଲେ ବର୍ଷାରେ ବେଶ ତାଜା,
ବର୍ଷା ଏକ ବାସ୍ନା I
(ସ୍ମୃତି)
ବର୍ଷା ଏକ ସ୍ମୃତି ସେଇ ପିଲାଦିନର,
କଳାହାଣ୍ଡିଆ ମେଘ ଦେଖି
ମାଆ କୋଳରେ ଲୁଚିବାର,
ବାପାଙ୍କ ଫେରିବା ବାଟକୁ ଚାହିଁ ମାଆ କାନ୍ଦିବାର I
ଅସରାଏ ବର୍ଷିଯିବା ପରେ,
ଆମ୍ବବାଡିରୁ ଆମ୍ବ ଗୋଟେଇ ଭାଇ ସହ ଭାଗିଦାରୀ କରିବାର I
ପୁଣି ବର୍ଷା ଏକ ସ୍ମୃତି ସେଇ ଯୌବନର,
ବର୍ଷା ଦେଖି ପ୍ରିୟI ପାଇଁ ଦି ପଦ ଗୀତ ଗାଇବାର,
ଆଉ ଅଫେରା ଅତୀତକୁ ଝୁରିହେଇ
ପୁଣି ଆଗକୁ ଚାଲିବାର I
(ସ୍ୱପ୍ନ )
ଟୋପାଏ ବର୍ଷା
ଟିକିଏ ଭିଜେଇଦେଲେ,
ସାଧବବୋହୁ ର ଅଙ୍କାବଙ୍କା ଚାଲି ଦେଖି
ଆଖି ମସଗୁଲ ହୁଏ,
ମନ ସ୍ୱପ୍ନ ଦେଖେ,
ପ୍ରେମିକ ତା ପ୍ରେମୀର,
ବୀଜ ଅଙ୍କୁରିତ ହେବାର,
ଫୁଲ ପ୍ରସ୍ଫୁଟିତ ହେବାର
ଆଉ ଫଳ ମଧୁ ସଂଚାରିବାର I
(ଆଶା )
ବର୍ଷା ଏକ ନୂଆ ଆଶା ପ୍ରିୟI ସହ ମିଳନର,
ଖାଲି ଟିକେ ଭିଜିଭିଜି,
ପ୍ରିୟI ବିରହରେ ଲୁଚିଲୁଚି କାନ୍ଦିବାର I
ବର୍ଷା ଏକ ଆଶା ସପ୍ତରଙ୍ଗଭରା ଜୀବନ ଇନ୍ଦ୍ରଧନୁର,
କବିର ସେଇ ଦି ଧାଡି କବିତା ହେବାର,
ଆଉ ସୁନେଲି ସବୁଜିମାର,
ସମାପ୍ତ....
By: Trupti Paikaray