STORYMIRROR

Trupti Paikaray

Romance

2  

Trupti Paikaray

Romance

ଅଧାଲେଖା ଚିଠି

ଅଧାଲେଖା ଚିଠି

1 min
277


କହିବାକୁ ବହୁତ କିଛି ଥିଲା,

ସମୟରୁ ଶବ୍ଦ ଚୋରେଇ 

ବନେଇଥିଲି ଗୋଟେ ଶବ୍ଦକୋଷ 

ଖାସ ତୁମରି ପାଇଁ

କହିବାକୁ ଥିଲା ଅନେକ କାହାଣୀ

ଜଗି ବସୁଥିଲି

ତୁମ ଫେରିବା ବାଟକୁ

ଫୁଲ ଥିଲା, ଫଗୁଣ ବି ଥିଲା

ତାରାମେଳେ ଜହ୍ନବି ହସୁଥିଲା

ତୁମେ ଆସିବ ଆସିବ କହି ଆସୁନଥିଲ

କଥାସବୁ ଶବ୍ଦତରଙ୍ଗ ପରି

ହୃଦୟ ତଟରେ 

ମୁଣ୍ଡ ପିଟିପିଟି ଫେରିଯାଉଥିଲେ, 

ଶବ୍ଦସବୁ ଚୂର୍ଣ୍ଣିଭୁତ ହେIଇ ମିଶିଯାଉଥିଲେ 

ମନର ଶବ୍ଦକୋଷରେ

ତୁମ ପାଖରେ ସମୟ ଥିଲା, 

ହେଲେ ଆସିବାକୁ ଇଛା ନଥିଲା 

କାହାଣୀସବୁ ବାକି ରହିଯାଉଥିଲେ 

ଠିକ ଅଧାଲେଖା ଚିଠି ପରି

ଡାଇରୀରେ ସାଇତା ଗୋଲାପ ପାଖୁଡା ପରି

ସ୍ୱପ୍ନସବୁ ଭାଙ୍ଗିଯାଉଥିଲେ 

ବାଲିଘର ପରି

ହୃଦୟର କଥାସବୁ 

ଫେରିଯାଉଥିଲେ ନୀଡ଼କୁ 

ଠିକ ଶୀତୁଆ ସଞ୍ଜରେ ବାହୁଡ଼ିଯାଉଥିବା 

ଚଳଚଞ୍ଚଳ ପକ୍ଷୀମାନଙ୍କ ପରି

ହେଲେ ଆଜି ତୁମପାଇଁ 

ଆଉ ଶବ୍ଦ ନାହିଁ

ଶବ୍ଦ ଥିଲେ ବି 

ସମୟର ଇସାରା ନାହିଁ

ସମୟ ଥିଲେ ବି

ଆଖିରେ ସେ ସ୍ୱପ୍ନ ନାହିଁ

ସବୁକିଛି ଏଠି ଅଧାଗଢା

ଅଧାଲେଖା

ବେହିସାବୀ 

ଆଉ ବେପରୁଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance