STORYMIRROR

Trupti Paikaray

Inspirational Others

3  

Trupti Paikaray

Inspirational Others

ସମୟ ସହ ବହୁତ କିଛି

ସମୟ ସହ ବହୁତ କିଛି

1 min
189

ସମୟ ସହ ବେଶ ବହୁତ କିଛି ବଦଳି ଯାଇଛି,

ଆମ ପଡୋଶୀ ଘର ଟିକିଝିଅ ମିନି ଯିଏ ଦିନେ

କଣ୍ଢେଇ ବାହାଘର କରି ଚକଲେଟ ବାଣ୍ଟୁଥିଲା 

ସିଏ କୁଆଡେ ତା ମନପସନ୍ଦର ପାତ୍ର ଖୋଜି ସାରିଛି,

ଲାଗୁଛି ସମୟ ସହ ବେଶ ବହୁତ କିଛି ବଦଳି ଯାଇଛି I

ଆମ ଗାଁ ମୋହନ ଦାଦାଙ୍କ ପୁଅ କୁନା ଯିଏ ଦିନେ 

ସାହି ବୁଲିବୁଲି ସମସ୍ତଙ୍କ ଗାଡିଚକା ପଙ୍କଚର କରୁଥିଲା 

ସେ କୁଆଡେ ଇଂଞ୍ଜିନିଅର ହେଇ ବଡ ଗୋଟେ ଗାଡି 

କମ୍ପାନୀରେ କାମ କରୁଛି,

ଲାଗୁଛି ସମୟ ସହ ବେଶ ବହୁତ କିଛି ବଦଳି ଯାଇଛି I 

ମୋ ଜେଜେମା' ଯିଏ ଦିନେ ଘର ଲାଇଟ ସୁଇଚ ଲଗେଇ ପାରୁନଥିଲା

ସେ ଆଜି ଫେସବୁକ ଖୋଲି ନୂଆନୂଆ ସାଙ୍ଗ କରିବା ଶିଖିଯାଇଛି ,

ଲାଗୁଛି ସମୟ ସହ ବେଶ ବହୁତ କିଛି ବଦଳି ଯାଇଛି I

ମୋ ହଷ୍ଟେଲ ସାଙ୍ଗ ମୁନି 

ଯିଏ ଦିନେ ତିନି ଟଙ୍କିଆ ପାରଲେଜି ବିସ୍କୁଟ ନହେଲେ ଖାଉନଥିଲା 

ସେ କୁଆଡେ ଆଜି ଇଂଲିଶ କୁକିଜ ନହେଲେ ଖାଉନି,

ଲାଗୁଛି ସମୟ ସହ ବେଶ ବହୁତ କିଛି ବଦଳି ଯାଇଛି I

ଆମ ଗାଁ ମନ୍ଦିରରେ, ଯେଉଁଠି ସନ୍ଧ୍ୟା ଆଳତି ବେଳ ହେଲେ 

ବଇଁଶୀ ଦାଦା ଘଣ୍ଟାଘଣ୍ଟା ଠିଆ ହେଇ ଘଣ୍ଟା, ମୃଦଙ୍ଗ ବଜାଉଥିଲେ 

ଆଜି ସେଠି ସନ୍ଧ୍ୟାହେଲେ ମେସିନ ଘଣ୍ଟା ବାଜୁଛି,

ଲାଗୁଛି ସମୟ ସହ ବେଶ ବହୁତ କିଛି ବଦଳି ଯାଇଛି I

ଆମ ଘର ପାଖ ଆମ୍ବତୋଟା ଯେଉଁଠି ଯାହାକୁ ଯେତେ ଆମ୍ବ ମିଳୁଥିଲା,

ଆଜି କୁଆଡେ ସେଇ ଆମ୍ବ ମଲରେ ଶହେ ଟଙ୍କା କିଲୋରେ ବିକ୍ରି ହେଉଛି 

ଲାଗୁଛି ସମୟ ସହ ବେଶ ବହୁତ କିଛି ବଦଳି ଯାଇଛି I

ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational