Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Others

3  

Trupti Paikaray

Others

ଜଗନ୍ନାଥ ତୁମେ

ଜଗନ୍ନାଥ ତୁମେ

1 min
13.1K


ହେ ଜଗନ୍ନାଥ

ତୁମେ ଅଭୟ, ତୁମେ ଅକ୍ଷୟ,

ଶୂନ୍ୟରୁ ତୁମେ ଶତ ଶହସ୍ର,

ଵିନ୍ଦୁରୁ ସିନ୍ଧୁଯାଏ ତୁମ ଅସ୍ଥିତ୍ୱ I

ତୁମେ ଅନ୍ତ, ଅନନ୍ତ,

ବ୍ୟକ୍ତ ପୁଣି ଅବ୍ୟକ୍ତ,

ତୁମେ ସ୍ୱପ୍ନ, ବାସ୍ତବତା,

ଶବ୍ଦ ଆଉ ନୀରବତା,

ତୁମେ ସୁପ୍ତ ପୁଣି ସଦା ଜାଗ୍ରତ I


ହେ ଜଗନ୍ନାଥ

ତୁମେ ସମୟ, ସମୟାତୀତ,

ଅପ୍ରାପ୍ତି ରୁ ପ୍ରାପ୍ତି ଯାଏ,

ଶାନ୍ତିରୁ ମୁକ୍ତି ଯାଏ,

ତୁମେ ଅନନ୍ତ କୋଟି ପ୍ରୟାସ I

ତୁମେ ଗୀତା, ଭାଗବତ,

ତୁମେ ବେଦ, ଉପନିଷଦ,

କଦମ୍ବ ବନରେ ତୁମେ

ବିରହୀ ରାଧାର ଶ୍ୟାମ,

କୁଞ୍ଜ ବନରେ ଶୀତୁଆ ସଞ୍ଜରେ,

ତୁମେ ରାଇ ନୂପୁରର ଛାନ୍ଦ I

ବଂଶୀ ସ୍ୱରରେ,

ରାଧା ପ୍ରେମରେ,

ମୀରା ଭାବରେ,

ନୃତ୍ୟରତ ତୁମେ ରସିକ ନାଗର କୃଷ୍ଣ,

ନନ୍ଦର ନନ୍ଦନ,

ଯଶୋଦା ପ୍ରାଣଧନ,

ଭକ୍ତପ୍ରାଣ ଭଗବାନ,

ତୁମେ କୃପାସିନ୍ଧୁ ରାମ I

ସୀମାର ପରିସୀମାରୁ,

ଦୂର ଦିଗ୍ବଳୟରୁ,

ତୁମେ ଏକ ଉଦୀୟମାନ ଜହ୍ନ I


ହେ ଜଗନ୍ନାଥ

ନା ତୁମେ ବ୍ୟକ୍ତ, ଅବ୍ୟକ୍ତ,

ନା ତୁମେ ପକ୍ଵ, ପରିପକ୍ଵ,

ନା ଆଦି, ନା ଅନ୍ତ,

ତୁମେ ତ ବିସ୍ତୀର୍ଣ୍ଣ, ବିଶାଳ,

ଅନନ୍ତ ଆକାଶ,

ଦୀର୍ଘ ଏକ ପ୍ରାଚୀର I

କୋଟି ସିନ୍ଧୁର ମିଳନ ତୁମେ,

କୋଟି ପୁଣ୍ୟର ପ୍ରୟାଗ ତୁମେ,

ପୂର୍ଣ୍ଣତ୍ୱ ତୁମେ, ପୂର୍ଣ୍ଣ ଅବତାର ତୁମେ I


Rate this content
Log in