STORYMIRROR

Trupti Paikaray

Inspirational

3  

Trupti Paikaray

Inspirational

ଆନମନା

ଆନମନା

1 min
13.8K



ଜହ୍ନର ମନ,

ଆଜି ସପନେ ତଲ୍ଲୀନ,

ଆକାଶର ଅଗଣାରେ,

ସପନର ଇଲାକା,

ନୀରବ, ନିଶବ୍ଦ

ଚୁନାଚୁନା ତାରଫୁଲେ,

ସ୍ମୃତିର ଆସର I


ପଲ୍ଲବିତ ତନ୍ଦ୍ରାରେ,

ଖିଆଲୀ ମନକୁ,

ଶୀତୁଆ ମାଦକତା I

ମେଞ୍ଚାମେଞ୍ଚା କାକରରେ

ଅସଜଡ଼ା ଅତୀତ,

ପ୍ରେମର ମଧୁଶାଳା,

ଆଉ ଫିକାଫିକା ଜୋଛନା,

ଖିଆଲୀ ଜହ୍ନ,

ଆଜି ଭାରି ଆନମନା I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational