STORYMIRROR

Kalandi pal

Inspirational

3  

Kalandi pal

Inspirational

ତୋ ପରି ବନ୍ଧୁ କେହି ନାହିଁ

ତୋ ପରି ବନ୍ଧୁ କେହି ନାହିଁ

1 min
292


ଜୀବନରେ ଅରଜିଲି କେତେ ବନ୍ଧୁ ମୁହିଁ

କାଳିଆରେ ତୋ ପରି ବନ୍ଧୁ କେହି ନାହିଁ

ମନର ମୂଳରେ ନିତି ବୁଲୁ ଥାଉ ତୁହି

ଭାବରେ ଭାବରେ ଭାବ ଦେଉ ତୁ ଲଗାଇ

     ହେ କଳା ଗୋସେଇଁ

ଅପୂର୍ବ ତୋହର ଲୀଳା ବୁଝି କେ ପାରଇ ।0।


କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ

ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ

କିଏ ଖୋଜେ ଧନ ରତ୍ନ କାହା ପ୍ରାଣ ନେଇ

ଫଳ ପୁଷ୍ପେ ଶାନ୍ତି ହେଉ ଶ୍ରଦ୍ଧାରେ ଯେ ଦେଇ

      ହେ କଳା ଗୋସେଇଁ

ଚାହୁଁ ନାହିଁ ଧନ ରତ୍ନ ଭକତିରେ ବାଇ ।0।


ଅରଜିଛି କେତେ ପାପ ପୁଣ୍ୟ ଏ ସଂସାରେ

ସେଇଥିରୁ ନିଅନ୍ତିନି ଭାଗ କେ ଏଠାରେ

ଏକା ତୁହି ଥାଉ ପ୍ରାଣ ପ୍ରିୟ ସଖା ହୋଇ

ତୋର ନାମ ଥାଏ ଏକା ଉଠିଲେ କୋକେଇ

      ହେ କଳା ଗୋସେଇଁ

ବନ୍ଧୁ ପଣେ ତୁହି ଏକା ଦେଉ ପାପ ଧୋଇ ।୨।


ଜୀବନ ମରଣ ସିନା ଅଟେ ତୋର ଦାନ

ସହି ପାରୁ ନାହିଁ କେବେ ଭକ୍ତ ଅଭିମାନ

ଦୁଇ ହାତ ଟେକି ତାକୁ ଶୁଭାଶିଷ ଦେଇ

ଧନ୍ୟ ହୁଏ ତା ଜୀବନ ତୋ ଆଶିଷ ପାଇ

     ହେ କଳା ଗୋସେଇଁ

ବନ୍ଧୁ ପରି ବନ୍ଧୁ ତୁହି ଏ ଜୀବନ ପାଇଁ ।୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational