STORYMIRROR

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ଦୟା

ଦୟା

1 min
26K


କଳା ବଉଦ କରିଛି ଦୟା ଦିଏ ବରଷା ବାରି

କୂଅ ପୋଖରି ବନ୍ଧ ଗଡ଼ିଆ ଜଳରେ ଯାଏ ଭରି

ସବୁଜ କ୍ଷେତ ଦିସଇ ତୋରା ହସେ ଧରଣୀ ରାଣୀ

ଅଭାବ ବେଳେ କାମରେ ଲାଗେ ସଞ୍ଚୟ କଲେ ପାଣି


ସୂରୁଜ ଦେବ କରନ୍ତି ଦୟା ଆଲୋକ ଦିଏ ଢ଼ାଳି

ଫୁଲ ପେନ୍ଥାରେ ଲେପି ହୁଅଇ ରଙ୍ଗ ଭଳିକି ଭଳି

ଗଛ ପତ୍ରରୁ ଶୋଷଇ ଜଳ ଆକାଶେ ଦିଏ ଛାଡି

କଳା ବଉଦ ଆକାଶେ ଛାଡେ ଘଡ଼ଘଡ଼ି ର ରଡି


ଶରଦ ଶଶି ଦୟାରୁ ପାଉ ଶୁଭ୍ର ଶୀତଳ କର

ମଲ୍ଲୀ ମାଳତୀ ବସରେ ଭରେ ହୁଏ ତାମସା ଦୂର

ପାବନ ଦୟା ଭୁଲି ହେବନି ଚଳେ ଜୀବନ ନାଆ

ଖରା ପ୍ରକୋପ ହାଲୁକା କରେ ବହି ଶୀତଳ ବାଆ...


ବୃକ୍ଷ ର ଦାନ ତୁଳନା ନାହିଁ ପ୍ରାଣୀ ଜଗତ ହିତେ

ଗଛ ରୋପିଲେ ପୁଣ୍ୟ ମିଳଇ ସାଧୁ ସନ୍ଥ ଙ୍କ ମତେ

ଗଛ ଦିଅଇ ଫୁଲ ଓ ଫଳ ମଧୁର ରସେ ଭରି

ପ୍ରାଣୀ ରସନା ତୃପ୍ତି କରଇ ଉଦର ଯାଏ ପୁରି

ଜୀବ ଜନ୍ତୁ କୁ ଦିଅଇ ଆଶ୍ରା ମାଟିକୁ ଧରି ରଖେ

ଧରଣୀ ରୂପ ସବୁଜ କରି ହସ ଫୁଟାଇ ମୁଖେ


ମାଟିର ଦୟା ଅବର୍ଣ୍ଣନୀୟ ଭାଷା ଫୁଟେନା ମୁଖେ

ଛପନ କୋଟି ଜୀବ ଜନ୍ତୁ ଙ୍କୁ ପାଳିତ କରେ ସୁଖେ

ଅଦରକାରୀ ପ୍ରାଣୀଙ୍କ ମଳ ଉଦ୍ଭିଦ ଆବର୍ଜନା

ଆହାର କରି ସଭିଙ୍କ ମୁଖେ ଯୋଗାଇ ଦିଏ ଦାନା

ମାଆ ଠୁଁ ବଳି ସ୍ନେହ ଆଦର ଦେଉଛି ସିନା ଢାଳି

ମୁଣ୍ଡକୁ ପାତି ସହିଛି ଦୁଃଖ କେବେ ଦେଇନି ଗାଳି


ନୀଳ ଆକାଶ ଦୟାରୁ ଧାରା ରହିଚି ସିନା ସ୍ଥିର

କୋଟି କି କୋଟି ଗ୍ରହ ନକ୍ଷତ୍ର କରି ଅଛନ୍ତି ଘର

କଳା ବଉଦ କରିଛି ଘର ଆକାଶ ଛାତି ପରେ

ଜୀବ ଜନ୍ତୁ ଙ୍କ ଅମର ଆତ୍ମା ମିଶଇ ତାହା ଠାରେ

ଦୟା ଗୁଣକୁ ବହିଛି ଯିଏ ପର ହିତ କୁ ମଣି

ସବୁରି ମୁଖେ ପ୍ରଶଂସା ପାଏ ଜଗତ ଯାଏ ଜିଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational