ଆ-କା-ମା-ବୈ ଆମ ଓଡ଼ିଆ ପରମ୍ପରା
ଆ-କା-ମା-ବୈ ଆମ ଓଡ଼ିଆ ପରମ୍ପରା
ଆ-- କା-- ମା - -ବୈ
ଗୁଆ ପାନ ଥୋଇ
ଗୁଆ ପାନ ସବୁ ତୋର
ମାସିକ ଧରମ ମୋର
ସିନ୍ଦୂରା ଫାଟିଲା ବେଳେକୁ,
ସାରା ଓଡ଼ିଶାର ସବୁ ଜଳାଶୟ,
ସାଗର ର ବେଳାଭୂମି ନିକଟରେ
ଜନ ସମାଗମ ରେ କୋଳାହଳ ପୂର୍ଣ୍ଣ l
ମଉଳା ଜହ୍ନ ବିରସ ମୁଖ ମଣ୍ଡଳ ରେ
ହାତ ଠାରି ବିଦାୟ ନେଲା ବେଳେ
ପ୍ରାଚୀ ଗଗନର ସୁନେଲି ଚାଦର ଟେକି
ନିଦ ମଳ ମଳ ଆଖିରେ
ମୁଣ୍ଡ ଟୁଙ୍ଗାରି ଉଠିବାକୁ
ଚେଷ୍ଟା କରୁଥାଏ ଦିନମଣି
ହୁଳହୁଳି ଶବଦ ରେ ଫାଟି ପଡୁଥାଏ
ଜଳାଶୟ ବେଳା ଭୂମି
କୋଉ ସହସ୍ର ବର୍ଷର
ନୌ ବାଣିଜ୍ୟ ପରମ୍ପରାର ମୁକ ସଖୀ
ସେ କାଳର ମୁଷ୍ଟିମେୟ ସଧବପୁଅ ଙ୍କ ଦ୍ଵାରା
କିଛି ଖଟି ଖିଆ ମଜୁରିଆ
ଦାଦନ ଖଟିବାକୁ ଯାଉଥିଲେ ସଧବଙ୍କ ସହ
ସୁଦୂର ମାଝୀ ସମୁଦ୍ର ରେ ଥିବା
ବାର୍ଲି, ଜାଭା,ସୁମିତ୍ରା ଓ ବୋର୍ଣ୍ଣିଓ ଦୀପକୁ
ଜଳ ଯାନ ବୋଇତ ସହାୟତାରେ
ଅଉ ବର୍ଷ ବର୍ଷ ପରେ ବାଣିଜ୍ୟ ସାରି
ଫେରୁ ଥିଲେ ନିଜ ଭିଟା ମାଟିକୁ
ଯେଉଁ ମାନଙ୍କର ପେଟ ପୁରୁ ନଥିଲା ଭିଟା ମାଟିରେ
ପେଟର ଭୋକ ସମ୍ଭାଳି ନପାରି
ସାଧବ ଙ୍କ ପାଖରେ ରୁଣ କରଜ ରେ
ପେଶୀ ହୋଇ ବାପା ଅଜା ଅମଳ ର
ଜମି ଜମା ଘର ଦିହ ମହାଜନ କୁ ବନ୍ଧକ ଦେଇ
ନିଜକୁ ବିକ୍ରି କରି ଦେଇ ଥିଲେ
ସାଧବ ଙ୍କ ପାଖରେ
ଯାହା ଆଜି ଆମ ସମାଜରେ ପ୍ରତିଫଳିତ
କେତେକ ମୁଷ୍ଟି ମେୟ ବ୍ୟକ୍ତି ବିଶେଷଙ୍କ
ଶିକାର ସାଜି ଗରିବୀ ଗୁରୁବା ମାନେ ଏବେ ବି<
/p>
ନିଜର ଭିଟା ମାଟିକୁ ଛାଡି
ସପରିବାର ଯାଆନ୍ତି ଦାଦନ ଖଟିବାକୁ
କାହିଁ ସୁଦୂର ଆସାମ, ଗୁଜୁରାଟ୍ କୁ
ଅଉ ପାଆନ୍ତି ଅନେକ୍ ନିର୍ଯ୍ୟତନା
ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇବା ସହ
ଭୋକ ଉପାସରେ ହନ୍ତ ସନ୍ତ ହୋଇ
ମୁଠାଏ ଦାନା ଓ ଟୋପାଏ ଔଷଧ ପାଇଁ
ଛଟପଟ ହୋଇ ମୃତ୍ୟୁ ମୁଖରେ ପଡନ୍ତି
କେହି ପାଖରେ ନଥାନ୍ତି ଆହା ପଦେ କରିବା ପାଇଁ
ଆତ୍ମୀୟ ସ୍ଵ ଜନ୍ମ ଙ୍କୁ ପାଖରେ ନ ପାଇ
ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ
ଲିଭି ଯାଏ ତାଙ୍କର ଜୀବନ ଦୀପ
ଗାଁ ମାଟିରେ ଶବ ପହଁଞ୍ଚିବା ତ ଦୂରର କଥା,
ଏପରି କି ମଲା ଖବର ମଧ୍ୟ
ଯଥା ସମୟରେ ପହଂଚି ପାରେନି
ଆତ୍ମୀୟ ନିକଟରେ...
ସ୍ଵାଧୀନତା ପ୍ରାପ୍ତି ର ସତୁରି ବର୍ଷ ପରେବି
ଯେଉଁ ଉତ୍କଳ ସୁଜଳା ସୁଫଳା ଶଷ୍ୟ ଶ୍ୟାମଳା
ଧନ ରତ୍ନ ରେ ପରିପୂର୍ଣl
,ରତ୍ନ ଗର୍ଭା ଉତ୍କଳ ବୋଲି
ଓଡିଶା conclev ଜରିଆରେ
ନିମନ୍ତ୍ରଣ କରାଯାଉଚି
ଦେଶ ବିଦେଶର
ନାମି ଦାମୀ ଶିଳ୍ପ ପତିଙ୍କୁ
ଶିଳ୍ପ ସମୃଦ୍ଧ ଓଡ଼ିଶା ର ସ୍ଵପ୍ନ ଦେଖିବାକୁ
ତେଣୁ ଗରିବ ଦାଦନ ଶ୍ରମିକଙ୍କ
କଥା ବୁଝିବାକୁ ବେଳ କାହିଁ ?
ଏଇ ହେଉଛି ସେହି
ପ୍ରଗତି ପଥେ ଓଡ଼ିଶା.....
ପ୍ରଗତିର ଓଡିଶା....... ଅଉ
ସମୃଦ୍ଧିର ଓଡ଼ିଶା.......
ଧନ୍ୟ କହିବା ଆମ ପ୍ରଗତିକୁ l
କୁମୁଦ ଚନ୍ଦ୍ର ଦଳେଇ
Polasara, ଗଞ୍ଜାମ
ମୋ 9861889305