STORYMIRROR

KUMUDA CHANDRA DALEI

Others

3  

KUMUDA CHANDRA DALEI

Others

ନିଦାଘ

ନିଦାଘ

1 min
251

 ଧନ୍ୟ ଏହି ସୃଷ୍ଟି      ଧନ୍ୟ ସୃଷ୍ଟି କର୍ତ୍ତା

        ବିଚିତ୍ର ପାଳନର ନିତି

    ପ୍ରାଣୀ ଜଗତକୁ     ସୁଖ ଅବା ଦୁଃଖ

         ବିତରଣ କରେ ପ୍ରକୃତି

           ଯାହା ଘଟୁଛି

        ଅବା ଘଟିବାକୁ ଯାଉଚି

   ପ୍ରକୃତି ବଳରେ        ଶୁଷ୍କ ମରୁ ଦେହେ

        ଫୁଲ ଫଳେ ମଣ୍ଡି ହେଉଛି I

   ନିଦାଘ ଆଗମେ        ରବିଙ୍କର କର.    

         ବେଳୁ ବେଳ ବଢି ଉତ୍ତାପ 

    ଅ ସନ୍ତୁଳନରେ        ପ୍ରାକୃତିକ ଚିଜ 

         ଶ୍ରୀ ହୀନ ଦିଶନ୍ତି ପାଦପ

           ଜାଳେ ଧରଣୀ 

        ପ୍ରାଣୀ ଏ କରନ୍ତି ଭାଳେଣି 

   ଅନଳ ଜ୍ୱାଳାରେ        ସନ୍ତୁଳିତ ହୋଇ 

        କାନ୍ଦୁ ଅଛି ଦେଖ ଧରଣୀ । 2 

    ଆହେ ଛାୟା ପତି      ଦେଲ କି ବିପତ୍ତି 

        ଶୁଷ୍କ ହେଲା ତନୁ ବରଣ 

    ଶୁଷ୍କ ତରୁଲତା        ଉଦକ ବିହୁନେ 

        ଆପେ ଦିଶିଲେଣି ଶ୍ରୀହୀନ 

           ପ୍ରାଣୀ ଜଗତ 

        ସଭିଏଁ ହେବେ ସନ୍ତୁଳିତ 

   ଜୀବନ ବିହୁନେ        ଜୀବ କି ସମ୍ଭବ 

       କି ହେବ ସୃଷ୍ଟି ଭବିଷ୍ୟତ । 3

   ଧରଣୀ ବଚନ        ଶୁଣି ଅଂଶୁମାନ 

       କହନ୍ତି ଶୁଣ ଆଗୋ ଧାତ୍ରୀ 

   ମୋର କିବା ଦୋଷ      ହୁଏ ମୁଁ ବିବଶ 

        ଆସମତା ହେଲେ ପ୍ରକୃତି 

            ମୂଢ ମାନବ 

        ନ ଜାଣି ପାରଇ କାରଣ 

   ନିଜ ସ୍ୱାର୍ଥ ପାଇଁ        ପ୍ରକୃତି ସଂହାରି

        ମୃତ୍ୟୁକୁ କରୁଛି ବରଣ । 4

   ପାଦପ ବିହୁନେ       ଜୀବ ଅମ୍ଳ ହୀନ 

        ବଢ଼ାଏ ନାନା ଜାତି ରୋଗ 

   ଜଳ କଣା ଶୂନ୍ୟ      ଦୂଷିତ ପବନ 

        ଅଦିନ ବରଷାର ଭୋଗ 

           ଝଡ ତୋଫାନ 

         ରୁତୁ କରେ ପରିବର୍ତ୍ତନ

  ସୁରକ୍ଷା ଚାଦର        ଭେଦି ସିର କର 

       ସଂଵାରେ ପ୍ରାଣୀଙ୍କ ଜୀବନ । 5

  ଅଜ୍ଞାନ ମନିଷ         ବୁଝି ପାରେ ନାହିଁ 

       ପ୍ରକୃତିର କ୍ରିୟା କଳାପ 

  ପଞ୍ଚ ମଜଭୁତ           ବିନଷ୍ଟ କରନ୍ତି 

       ଧାରାରୁ କାଟନ୍ତି ପାଦପ

          ଭୋଗୀ ସନ୍ତାପ 

        ପ୍ରଦୂଷିତ କରି ଜୀବନ 

  ଭାଗ୍ୟ ଭାଗବାନ      ଦ୍ୱାହି ଦେଇ ସଦା 

       ଆତୁର କରନ୍ତି ରୋଦନ । 6

କୁମୁଦ ଚନ୍ଦ୍ର ଦଳେଇ 

ପୋଲସରା, ଗଞ୍ଜାମ 


Rate this content
Log in