STORYMIRROR

KUMUDA CHANDRA DALEI

Abstract Inspirational

3  

KUMUDA CHANDRA DALEI

Abstract Inspirational

ଶ୍ରମିକ ଟିଏ ମୁଁ ଶ୍ରମିକ ଟିଏ

ଶ୍ରମିକ ଟିଏ ମୁଁ ଶ୍ରମିକ ଟିଏ

1 min
267

ଶ୍ରମିକ ଟିଏ ମୁଁ ଶ୍ରମିକ ଟିଏ

          ଦୁଃଖ ଧରିଛି ଜାବୁଡି

ଦେହରେ ଝାଲ ଯାଉଚି ଶୁଖି

ଲୁଣ ପ୍ରଲେପ ହୋଇଛି ମାଖି

ଶରୀର ସାରା କାଦୁଅ ପାଣି

ଅସ୍ତି ପଞ୍ଜରା ହେଉଛି ଗଣି

ହସ ଫୁଟାଇ ସଭିଙ୍କ ମୁଖେ

          ଶ୍ରମ ଦିଏ ମୁଁ ଅଜାଡି... ୧

କୋଦାଳ ଝୁଡି ସାହାରା କରି 

ମୁଣ୍ଡର ଝାଳ ତୁଣ୍ଡରେ ମାରି 

ଶ୍ରମକୁ କରି ନିଜ ବେଉଷା 

ଶେଜ ଛାଡ଼ଇ ଫଟାଇ ଉଷା 

କର୍ମଠ ଆଗେ ସୂରୁଜ ଦେବ 

         ଆଳସ୍ୟ ଦେଲେ ଫୋପାଡି... ୨

ଆହାର ମୋର ଶାଗ ପଖାଳ 

ବସଟି ନଡ଼ା ଛପର ଚାଳ 

ପ୍ରକୃତି ସୁଖ ନିଏ ଓଗାଳି 

ଚନ୍ଦ୍ର ସୂରୁଜ କରନ୍ତି କେଳି 

ମହୁଆ ଜାଡେ ଶିରାଳ ଦେହ 

          କତରା ଧାରେ କାମୁଡି... ୩

ପୁଙ୍ଗୁଳା ଦେହ ନୁଖୁରା ବାଳ 

ଅଭାବେ ସଦା କରୁଛି କାଳ

ବାଧକ ଶିଶୁ କାଖରେ ଧରି 

ଘରଣୀ ତାର ସୁଖ ସୁମରି

ଲୋତକ ଢ଼ାଳି ଠାକୁର ପାଶେ 

          ମୁଣ୍ଡ ଦିଅଇ କଚାଡି..... ୪

ପଢିନି ପାଠ ସି ଅକ୍ଷର 

ସାହୁକାରର ହୁଏ ଶୀକାର 

ସୁଖ ତା ପାଇଁ ସଦା ମାହାଙ୍ଗା 

ଚଳାଇ ନିଏ ସଂସାର ଡଙ୍ଗା 

ମନୋ ବଳକୁ ଦୃଢତା କରି 

         ଦୁଃଖ ଦେଇଚି ଫୋପାଡି... ୫

ଗୋଟିଏ କଥା ଜାଣିଛି ସିଏ 

ଶ୍ରମ କରିଲେ ମଜୁରୀ ପାଏ 

ସଭିଙ୍କ ମୁଖେ ଫୁଟାଇ ହସ 

ଛାଡ଼ିବ ଦିନେ ଶେଷ ନିଶ୍ଵାସ 

ଏ ମାଟି କୋଳେ ବିଲୀନ ହେବ 

          ମାଟିକୁ ଦାନ୍ତେ କାମୁଡି... ୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract