STORYMIRROR

KUMUDA CHANDRA DALEI

Others

3  

KUMUDA CHANDRA DALEI

Others

ମହାବାହୁ (ମ ଅନୁପ୍ରାସ ଭଜନ)

ମହାବାହୁ (ମ ଅନୁପ୍ରାସ ଭଜନ)

1 min
710


ମ. ହା. ବା.. ହୁ....ହେ..

ମ.. ହା.. ବା.. ହୁ

ମତେ କେତେ ଦିନ... କନ୍ଦାଇବ ଅଉ...

ମରଣ ବେଳ ମୋ. ପାଖେଇ ଆସିଲା.

ମୋହ ନ ପାରୁଛି ଛାଡି

ମାନ ମହତକୁ. ଜଗି ଜଗି ନିତି

ମାୟାରେ ଯାଉଚି ବୁଡି

ମର ସଂସାରରେ. କି ଯଶ ପାଇବି

ମରିବିନି କି ମୁଁ ଅଉ.........

ମଉନେ କିମ୍ପାଇଁ. ବସିଛ ଠାକୁର

ମନରେ ନାହିଁ କି ଦୟା

ମାନବ ଜୀବନ. ଦେଇ ଅଛ ବୋଲି

ମନରେ ରହିଚି ମାୟା

ମୁଣ୍ଡ ପତି ବହୁ. ସହିଲିଣି ପ୍ରଭୁ

ମେଣ୍ଟିବନି ଶୋକ ଦାଉ.......

ମହୀ ମଣ୍ଡଳ ରେ. ଦେହକୁ ଧରିଲେ

ମରଣ ଟି ଏକା ସାର

ମର ଶରୀର କୁ. ଧରି ଧରି କେବେ

ମରତୁ ହେବି ଉଦ୍ଧାର

ମରୁତଙ୍କ ସୁତ. କରିଦିଅ ପ୍ରଭୁ

ମରିବି ନି କେବେ ଅଉ........

ମୋର ମୋର ବୋଲି. ମୋହ ନ ଛାଡ଼ଇ

ମିଛ ମାୟାର ସଂସାରେ

ମିତ୍ର, ଦାରା, ସୁତ. ସବୁ ଭୁଲି ଯିବେ

ମର୍ଯ୍ୟାଦା ସ୍ଥିତ ମହୀରେ

ମର୍ଯ୍ୟାଦା ପୁରୁଷ. ହେ ପୁରୁଷୋତ୍ତମ

ମୋ ଦୁଃଖ ସ୍ମୃତି ରେ ଥାଉ.....

ମ.. ହା.. ବା.. ହୁ............


କୁମୁଦ ଚନ୍ଦ୍ର ଦଳେଇ

ପୋଲସରା, ଗଞ୍ଜାମ

ମୋ 9861889305



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍