ଦିଳ୍ଲୀ ଚଲୋ ଦିଲ୍ଲୀ ଚଲୋ
ଦିଳ୍ଲୀ ଚଲୋ ଦିଲ୍ଲୀ ଚଲୋ
ମୋ ଜନ୍ମ୍ ମାଟିର ସିପାହୀ ଗଣ
ମାତୃଭୂମି କୁ ଶୃଙ୍ଖଳ ମୁକ୍ତ
କରିବାକୁ ମୁଁହିଁ କରିଛି ପଣ..... ।
ଆମ ମାତୃଭୂମି ହିନ୍ଦୁସ୍ତାନ ଆଜି
ବନ୍ଧା ପଡିଚି ବିଦେଶୀ ହତେ
ଶୃଙ୍ଖଳ ମୁକ୍ତ କରିବି ମାଆକୁ
ରକ୍ତ ନିଗାଡ଼ି ଦିଅ ମୋ ହାତେ..... ।
ହିନ୍ଦୁସ୍ତାନ ର କିଏ ସେହି ବୀର
ମାତୃଭୂମିର ସୁରକ୍ଷା ପାଇଁ
ନିର୍ବଳ ଯେତେ ଙ୍କୁ ଜାଗ୍ରତ୍ କଲା
ଶତ ସିଂହର ବଳ ଯୋଗାଇ
ଗିରି କନ୍ଦରରୁ ଝଂକୃତ ହେଲା... ।
ଜୟହିନ୍ଦ୍ ର ଶବ୍ଦ ଲହରି
ଦୋହଲାଇ ଦେଲା ବିଦେଶୀ ମାଟିର
ବନ୍ଦୀଶାଳା ର ରୁଦ୍ଧ କୋଠରୀ... ।
ନଜରବନ୍ଦୀ ରେ ରହିଥିଲେ ଯେତେ
ହିନ୍ଦୁସ୍ଥାନ ର ବନ୍ଦୀ ସିପାହୀ
ଯୁଦ୍ଧ ଭୂମିକୁ ଲମ୍ଫ ମାରିଲେ
ନିଜ ଜିବନକୁ ପାଣି ଛଡେଇ.... ।
ତୁମରି ରକ୍ତରେ ରଞ୍ଜିତ କରି
ମୁକ୍ତ କରିଦେବି ମୋ ହିନ୍ଦୁସ୍ଥାନ
ରକ୍ତ ଦିଅ ମୋତେ ବକ୍ଷୁ ନିଗାଡ଼ି
ଫେରାଇ ଆଣିବି ଦେଶ ସ୍ୱାଧୀନ.. ।
ମାତୃଭୂମିର ଡାକରା ଶୁଭିଲା
ଭଙ୍ଗା ମନରେ ସଞ୍ଚlରି ବଳ
ଜନ୍ମ୍ ମାଟିର ମମତା ଜାଗିଲା
ଏକଠାବେ ସବୁ ହୋଇଲେ ଠୁଳ... ।
ଆଜାଦ୍ ହିନ୍ଦୀ ଫଉଜକୁ ନେଇ
କଦମ୍ କଦମ୍ ମାଡି ଆଗକୁ
ଶତୃ ସଇନଙ୍କ ମୁକାବିଲା କରି
ଫେରି ଆସିଥିଲେ ଜନ୍ମ ମାଟିକୁ..... ।
ଓଡିଶା ମାଟିରେ ଜନ୍ମ ନେଇଥିବା
ନିର୍ଭୀକ ବୀର ଆମ ନେତାଜୀ
ସ୍ଵରାଜ୍ୟ ପାଇଁ ନିଜ ଜୀବନକୁ
ବିଦେଶୀ ହାତରେ ରଖିଲେ ବାଜି... ।
ଧନ୍ଯ ସେ ବୀର ଧନ୍ୟ ତା ବୀରତ୍ୱ
ଚକିତ କରିଲା ବିଦେଶୀ ଜନ
ଏବେ ବି ଅଜଣା ମୃତ୍ୟୁ ତାଙ୍କର
ଶଙ୍କlରେ ଖୋଜିଛି ଶତୃ ସଇନ.... ।