STORYMIRROR

KUMUDA CHANDRA DALEI

Others

3  

KUMUDA CHANDRA DALEI

Others

ହସଖୁସି ପିଲା ବେଳ

ହସଖୁସି ପିଲା ବେଳ

1 min
202

ଗ୍ରୀଷମ ଆସିଲା, ତାତି ବଢିଗଲା

ସ୍କୁଲ ହୋଇଲା ଛୁଟି

ବବୁଲ୍, ଟୁବୁଲ୍ ବହି ବସ୍ତାନି କୁ

ପକାଇ ଦେଲେଣି ଗଣ୍ଠି

ଫୁସୁର ଫାସର କଥା ଭାଷା ହେଲେ

ସଂଗ୍ରହ କରିଲେ ଜାଲ

ଝରଣା ପାଣିରେ, ବୁଡ଼ିବାକୁ ମନ

କଙ୍କଡା ଧରିବା ଚାଲ

ଖରା ବେଳ ହେଲେ ବାପା ମାଆ ଯେବେ

ନିଦରେ ପଡିବେ ଶୋଇ

ଲୁଚି ଲୁଚି ବେଗେ ବାହାରି ପଡ଼ିବା

ରହି ଥିବା ଦଣ୍ଡେ ଚେଇଁ

ଅଉ ଏକ ସାଥୀ ଥୁକୁଲ୍ କୁ ଡାକି

ତିନି ସାଙ୍ଗ ହେଲେ ମେଳି

ଖରା ବେଳ ଟାରେ, ବାହାରି ପଡିଲେ

ତୋଳିବାକୁ ଜାମୁକୋଳି

ଜାମୁକୋଳି ମୂଳେ, ଝରଣା ପାଣିରେ

ଫୋକାଲ ଫାକଲ ଡେଇଁ

ସଢେଇ ରେ ପାଣି, ଫୋପଡ଼ା ଫୋପାଡ଼ି

ଖରା ତାତି ମଜା ନେଇ

ଅପାଦ ମସ୍ତକ ଓଦା ସର ସର

ଝରଣା ପାଣିରେ ଖେଳ

ଏହି ଥିଲା ଆମ, ଗାଁ ପରିବେଶ

ହସ ଖୁସି ପିଲା ବେଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍