Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ଶୁଣ ଯେତେ ପଢ଼ା ପିଲା

ଶୁଣ ଯେତେ ପଢ଼ା ପିଲା

1 min
157


ଆମେ ଯେତେ ପଢ଼ା ପିଲା

ଡେଇଁବା, ନାଚିବା, ଗାଇବା, ଖେଳିବା

ପଢ଼ାରେ ନ କରି ଢ଼ିଲା

ପିତା ମାତା ଗୁରୁଜନ

ଦୂରରୁ ଦେଖିଲେ ପ୍ରଣିପାତ ହେବା

ନ କରିବା ଅସମ୍ମାନ ।

ଧୀରେ କଥା ଭାଷା ହେବା

ଆମ ନୈତିକତା ଭୁଲି ଯିବା ନାହିଁ

ନିରବରେ ଶୁଣୁଥିବା ।

ସମୟ ନଷଟ ନ କର

କାଲିର କାମକୁ ଆଜି କରି ଦିଅ

ଆଜି କାମ ଏବେ କର ।

ନଜ କାମ ନିଜେ କର

ପାରିବା କାମକୁ ଆଳସ୍ୟ ପଣରେ

ଅନ୍ୟ ଉପରେ ନ ଛାଡ ।

ଧୀରେ ସ୍ଥିର କଥା କୁହ

କଥା ଭାଷା କହି ଅନ୍ୟର ମନରେ

କଷ୍ଟ ଯେପରି ନ ଦିଅ ।

ନ କରିବା କେବେ ଚୋରି

ଚୋରି କରେ ଯିଏ ସୁଯୋଗ ପାଇଲେ

ପୁଲିସ ନିଅଇ ଧରି ।

ରଖ  ସହଯୋଗ ଭାବ

ଅସମର୍ଥ ସାଙ୍ଗ ସାଥୀଟେ ଦେଖିଲେ

ତା କାମଟା କରି ଦେବ ।

ଏ କଥା ନିଶ୍ଚେ ଭାବିବ

ତୁମ ହାବ, ଭାବ, ଚାଲି ଓ ଚଳନ

ଅନ୍ୟକୁ ପ୍ରେରଣା ଦେବ ।


Rate this content
Log in

Similar oriya poem from Inspirational