STORYMIRROR

Pratap Kumar Panda

Inspirational

3  

Pratap Kumar Panda

Inspirational

ଶକ୍ତି ସ୍ୱରୂପା

ଶକ୍ତି ସ୍ୱରୂପା

1 min
151

ଦୁର୍ଗତିନାଶିନୀ ଅଭୟଦାୟିନୀ

ଦୁର୍ଗା ମାତା ମାହେଶ୍ୱରୀ,

ଶକ୍ତି ସ୍ବରୁପିଣୀ ତ୍ରିଶୂଳ ଧାରଣୀ 

ମହାମାୟା ମହୋଦରୀ 

ତୁମେ ମହାବିଦ୍ୟା ସର୍ବମନ୍ତ୍ରମୟୀ

ଭୈରବୀ ଭୁବନେଶ୍ବରୀ  

ଦୁଷ୍ଟ ବିନାଶିନୀ ସଙ୍କଟ ହାରିଣୀ 

କୁମାରୀ ପରମେଶ୍ବରୀ ।୧ ।

କେଡେ ଶରଧାରେ ତୁମରି ବାଟକୁ 

ଭକତ ରହିଛି ଚାହିଁ

ଆସ ଆସ ଦେବୀ ବାରାହୀ ବୈଷ୍ଣବୀ 

ତା' ଦୁଃଖ ହରିବା ପାଇଁ 

ସିଂହ ବାହାନରେ ଏ ଧରା ଧାମକୁ

ଆସ ହେ ସୁରସୁନ୍ଦରୀ ।୨ ।

ସକଳ ଶକ୍ତିର ତୁମେ ମନ୍ତ୍ରଧ୍ବନୀ

ଦକ୍ଷକନ୍ୟା ମହାତପାଃ 

ତୁମରି ଆଶିଷ ଶେଷ ଅଭିଳାଷ 

ପୁରା କର ଚିତ୍ତରୂପା 

ତୁମ ଦରଶନେ ଶାନ୍ତି ସୁଧାରସ 

ହୃଦୟରେ ଯିବ ଭରି 

ଦୁର୍ଗତିନାଶିନୀ ଅଭୟଦାୟିନୀ

ଦୁର୍ଗା ମାତା ମାହେଶ୍ୱରୀ,

ଶକ୍ତି ସ୍ବରୁପିଣୀ ତ୍ରିଶୂଳ ଧାରଣୀ 

ମହାମାୟା ମହୋଦରୀ ।୩ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational