STORYMIRROR

Pratap Panda

Romance Inspirational

4.0  

Pratap Panda

Romance Inspirational

ଅମୃତ ପ୍ରେମ

ଅମୃତ ପ୍ରେମ

1 min
291


ପ୍ରେମ ଚିରନ୍ତନ ସତ୍ୟ ଓ ଅଭିନ୍ନ

            ଜୀବନ ସାଥିରେ ଯୋଡା,

ଗୋଟିଏ ନିୟମ ଧର୍ମ କର୍ମ ପ୍ରେମ 

              ସମଷ୍ଟିରେ ସୃଷ୍ଟି ଗଢା ।

ମାନବ ସଭ୍ୟତା ଆଦର୍ଶ ଦେବତା

              ଦେଇଛନ୍ତି ନୀତିଶିକ୍ଷା,

ଧରାପୃଷ୍ଠେ ଆସି ପ୍ରେମକୁ ପରଶି 

              କରିଛନ୍ତି ସତ୍ୟ ରକ୍ଷା ।

କୃଷ୍ଣ ପାଇଁ ରାଧା , ଭୁଲି ସବୁ ବାଧା

               ରଖିଲେ ପ୍ରେମର ଯଶ,

ରାମ ସାଥେ ସୀତା, ଛାଡି ତ କ୍ଷମତା

               ଯାଇଥିଲେ ବନବାସ ।

ଲକ୍ଷ୍ମୀ ଠାକୁରାଣୀ ଜଗା ଦୁଃଖ ଜାଣି

              ଫେରିଲେ ପାଖକୁ ଦେଖ,

ପ୍ରେମ ଯୁଗେ ଯୁଗେ ପବି

ତ୍ର ଶାଶ୍ଵତ

               ତାଙ୍କ ଠାରୁ ଏହା ଶିଖ ।

ଆମେ ତ ମାନବ ତାଙ୍କରି ସୃଷ୍ଟିର

                ବୁଝି ତ ଅବୁଝା ହେଉ,

ନ ବୁଝି ତ ଅର୍ଥ କରିକି ଅନର୍ଥ 

              ଅବାଟରେ ତାକୁ ନେଉ ।

ଆତ୍ମା ସଙ୍ଗେ ଆତ୍ମା ମିଳନ ହୁଅଇଁ

                ସେହି ଏକା ପ୍ରେମ ଶବ୍ଦ,

କାମ ଲୋଭ କ୍ରୋଧ କରିଛୁ ଆୟୁଧ

                ଦେବତା ଦେଖିକି ସ୍ତବ୍ଧ ।

ଶିକ୍ଷା ଆମ ଗୋଟା କରୁଛୁ ଓଲଟା

               ଦୁଃଖ ମିଳେ ସେଥିପାଇଁ,

ଥରେ ଅର୍ଥ ବୁଝି ଜିତିଯାଅ ବାଜି

               ପ୍ରେମ ପାଇଁ ମନା ନାହିଁ ।।


Rate this content
Log in

Similar oriya poem from Romance