ମାଆ ଏକା ସାହା
ମାଆ ଏକା ସାହା


ଭାବରେ ଆଚ୍ଛନ୍ନ ଅଶ୍ରୁଳ ନୟନ
ଦେଖି ହୁଏ ନାହିଁ ମୁଖ,
ନାହିଁ କୋଳାହଳ ସନ୍ତାନ ବିକଳ
ଅସରନ୍ତି ତାର ଦୁଃଖ ।
ବରଷକେ ପରେ ଦୁର୍ଗାଙ୍କ ରୂପରେ
ଧରାପୃଷ୍ଠେ ଆଗମନ,
ଭାବିଥିଲା ସୂତ କରିବ ସ୍ବାଗତ
କମ୍ଫିବ ସାରା ଭୂବନ ।
ମାଆର ପଣତ ସୁରକ୍ଷାର ଛାତ
ଗୁଞ୍ଜିବ ମଥାକୁ ତାର,
ଆଶିଷେ ତାହର ପୀୟୂଷ ର ଧାର
କାମ୍ୟ ଏକା ଜୀବନର ।
କଳା ର ବଉଦ ଦେଇ
ପୂର୍ଣ୍ଣଛେଦ
ଘୋଟିଲା ଜୀବନ ନଭେ,
ଅଜଣା ରୋଗରେ ସାରା ସଂସାରରେ
ହାହାକାର ଖାଲି ଶୁଭେ ।
ଆସିଲା ବିପଦ ହେଲେ ରେ ବିଚ୍ଛେଦ
ଭକ୍ତ ଠାରୁ ଦେବଗଣ,
ମାଆ ଦରଶନ ନପାଇ ସନ୍ତାନ
ଦୁଃଖରେ ଯେ ମ୍ରିୟମାଣ ।
ତଥାପି ବିଶ୍ୱାସ ପାଇବ ଆଶିଷ
ଦୂର ହେବ ଅନ୍ଧକାର,
ନୂତନ ଆଶାର ଉଇଁବ ଭାସ୍କର
ହସିବ ସାରା ସଂସାର ।।