Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Classics

4.4  

Jayashree Das

Classics

ଦୀପଟିଏ

ଦୀପଟିଏ

1 min
412



ଦୀପଟିଏ ମୋତେ କରିଦିଅ ପ୍ରଭୁ

  ତୁମ ପାଶେ ଜଳୁଥିବି

ମୋ ସ୍ୱଳ୍ପ ଆଲୋକେ ତୋ ଚନ୍ଦ୍ର ବଦନ

   ନିରେଖି ମୁଁ ଦେଖୁଥିବି l


ଜୀବନର ଏହି ଧୁମ୍ର ଅପରାହ୍ନେ

  ମୁଁ ଏକ କ୍ଲାନ୍ତ ପଥିକ

ଅସ୍ତରାଗ ଆଭା ଦୂର ଦିଗନ୍ତେ

  ଦିଶୁଅଛି କଳାମୁଖ l


କୋଟି ଲାବଣ୍ୟ ତୁ ନୀଳ ଚନ୍ଦ୍ରମା

  ନୀଳୁ ନୀଳତର କାନ୍ତି

ନୀଳାଞ୍ଚଳ ବାସୀ ନୀଳ ନବଘନ

  ତୋ ପାଦେ ପରମ ଶାନ୍ତି l


ଅଢେଇ ଦିନର ମାଟି କଳେବର

  ଲୋଡ଼ାନାହିଁ ଧନ ଜନ

ପ୍ରାଣ ଥିବାଯାଏଁ ଲୋଭ ମୋହ ଠାରୁ

  ଦୂରେ ରଖ କଳା ଜହ୍ନ l


ହାହାକାର ମୟ ସଂସାର ସରଣୀ

  କାମିନୀ କାଞ୍ଚନ ମୋହ

ହେ ବିଶ୍ୱ ନାୟକ ଦିଅ ହେ ଶରଣ

   ଅଳିକ ନଶ୍ୱର ଦେହ l


ଦେଖୁଥିବି ତୋତେ ଅହର୍ନିଷି ନାଥ

  ଜଳୁଥିବି ହୋଇ ଦୀପ

ଚରଣେ କିଙ୍କର କର ଚକ୍ରଧର

  କୃପାକର ପଦ୍ମମୁଖ l


ନୁହେଁ ମୁହିଁ ରାଧା ନୁହଁଇ ମୁଁ ମୀରା

  ନୁହେଁ ମୁଁ ସୁଦାମା ସଖା

ହୃଦ ସିଂହାସନେ ବସାଇ ତୁମକୁ

  ମାଗୁଛି ପ୍ରୀତିର ଭିକ୍ଷା l


ସମର୍ପିତ ମୋର ଏ ଛାର ଜୀବନ

  ଶ୍ରୀରଙ୍ଗା ଚରଣେ ତୋର

ଶେଷ ଇଛା ମୋର ଦୀପ ଟିଏ କର

   ଜଳୁଥିବି ନିରନ୍ତର l




Rate this content
Log in