STORYMIRROR

Ambuja Mohanty

Classics Inspirational Others

5  

Ambuja Mohanty

Classics Inspirational Others

...ପ୍ରେମିକାର ଡାଇରୀ...

...ପ୍ରେମିକାର ଡାଇରୀ...

1 min
876


!!! ହୃଦୟ ର ସେହି ନିଭୃତ କକ୍ଷରେ

ଖୋଜୁଥିଲି ତୁମ ଦରଦୀ କଣ୍ଠ

ବେଇମାନ ହୃଦୟ କହିଲା ମତେ

ମୁଁ ଯେ ପ୍ରତାରିତ,ମୁଁ ଯେ ପ୍ରତାରିତ !!! .......(୧)





!!! ନିଃସଙ୍ଗ ଜୀବନେ ସୀମାରେଖା ଡେଇଁ

ଆସିଲ ଧସେଇ ପଶି ତୁମେ

ରୋକି ପାରିଲିନି ତୁମ ଆସିବାରେ

ଯିବା କି ରୋକିବି କୁହ ଥରେ !!! ........(୨)





!!! ପ୍ରେମର ମର୍ଯ୍ୟାଦା ମିଳିଲା ନାହିଁ ଯେ

ହୃଦୟେ ଭରିଲା ଅଶେଷ କ୍ଲେଶ

ତୋହରି ନିଃଶ୍ୱାସ, ପ୍ରତି ସ୍ପନ୍ଦନ ରେ

ବଞ୍ଚିବା ଲାଗଇ ଭୀଷଣ କଷ୍ଟ !!!.........(୩)





!!! ପତଙ୍ଗ ଜଳେ ନିଆଁ ର ଝାସେ 

ଜଳିବାକୁ ଭଲ ପାଏ ସେ

ମୁଁ ଯେ ଜଳେ ବିରହ ଜ୍ୱାଳାରେ

ହେଲେ ପୋଡ଼ି ଯାଏ ଆତ୍ମାର କ୍ଲେଶେ !!!.........(୪)




!!! କ୍ଷଣିକ ହେଲେ ଭି ତୁମ ପ୍ରେମ

ଥିଲା ଶାଶ୍ଵତ ଓ ଅପରୂପ

ଜୀବନ ଠାରୁ ଭି ପ୍ରିୟର ପ୍ରେରଣା

ତୁମ ପାଇଁ ଥିଲା ମୋହ ରୂପ !!! .......(୫)




!!! ଜୀବନ ଖେଳୁଛି ଲୁଚକାଳି ଖେଳ

ସମୟ କୁ କରି ସାଥି

ଆତ୍ମାର ବିଳାପ ଅଝଟ ବୟସ

ବର୍ଣିଲେ ହୋଇବ ପୋଥି !!!.........(୬)




!!! ତୁମ ବିନା ସାଥି ଏହି ଜୀବନରେ 

ନାହିଁ କିଛି ଅଭିଳାଷ

ତୁମରି ସ୍ମୃତି କୁ ଝୁରି ଝୁରି ଦିନେ 

ଚାଲିଯିବ ଏହି ଶ୍ୱାସ !!!.........(୭)




!!! ଚକ୍ଷୁର କଜ୍ବଳେ ସଜେଇ ରଖିଛି

ଅପୂର୍ବ ସୌନ୍ଦର୍ଯ୍ୟ ସ୍ମୃତି

ପଲକ ପଡ଼ିଲେ ଗାନ କରିଯାଏ

ପ୍ରେମର ମଧୁ ଗିତି !!!.......(୮)




!!! ବାସ୍ତବରେ କେବେ ଆସିବନି ବୋଲି

ବଛିନେଲି ମୁଁହି ସ୍ବପ୍ନ ରାତି

ପାପୁଲିରେ ମୋର ତୁମ ନାମ ନାହିଁ

ସାଜିଲ ତୁମେ ଅନ୍ୟର ସାଥି !!! .......(୯)



!!! ଆହେ ପ୍ରିୟତମ ଉଦ୍ୱିଗ୍ନ ମୋ ମନ

ଟିକିଏ ସାନିଧ୍ୟ ପାଇଁ

ତେଣୁ କାଗଜ ରେ ପ୍ରେମକୁ ମୁଁ ଧରେ

କବିତ୍ଵ ର ଫୁଲ ଦେଇ !!! ......(୧୦)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics