STORYMIRROR

Ambuja Mohanty

Abstract Classics

3  

Ambuja Mohanty

Abstract Classics

ଶୀତ,ସେଦିନ ଓ ଆଜି

ଶୀତ,ସେଦିନ ଓ ଆଜି

2 mins
173

ଉନ୍ମୁକ୍ତ କରିଦିଅ ରୁଦ୍ଧଦ୍ଵାର,ଅଟାକାଅ ନାହିଁ ମୋତେ,

ଦିଅ ଧାଇଁ ଯିବାକୁ ମୋର ସେଇ ପିଲାଦିନକୁ।

ଫେରାଇ ଆଣିଦିଅ ,ମୋ ହଜିଲା ଦିନସବୁ ଯେତେ

ଶୀତ ସକାଳରେ କାକର ଭିଜା,କଅଁଳ ଖରାର ଦିନ ମାନଙ୍କୁ ସତେ।


ଧାନ କଟା ଛୁଟି ବେଳ,ଶିରି ଶିରି ଉତ୍ତରା ପବନ,

ସୁନ୍ଦର୍ ଦିଶୁଥିବା ପୃଥିବୀରେ,ଶାନ୍ତିରେ ଆତଯାତ ଜନ ଜୀବନ।

ମଗୁଶିର ମାସ ମାଣବସା ଗୁରୁବାରେ, ମାଆ ଲକ୍ଷ୍ମୀଙ୍କ ଆଗମନ,

କ୍ଷୀରି ,ପୁରୀ,ଭୋଗ ସାଥେ, କେତେଯେ ପିଠାପଣାର ଆଘ୍ରାଣ।


ସରଳିଆ ପିଲାଦିନର ଉଜାଣି ଜୀବନ ଯମୁନା

ଶୀତୁଆ ସକାଳେ ବୁଣେ କେତେ ସପନ ସମ୍ଭାବନା ।

ଖଳାରେ ବସି କରେ ଜଟିଳ ଗଣିତ ପ୍ରଶ୍ନ ସମାଧାନ,

ଇଂରାଜୀ,ବିଜ୍ଞାନ ଓ ସାହିତ୍ୟର ମନଖୋଲା ଉଚ୍ଚାରଣ।

ବେଳେବେଳେ ବାଟବଣା ହେଉଥିଲା ଚଗଲା ଏ ମନ

ଘୁରିବୁଲୁ ଥିଲା ସିଏ ବିଲ,ବାରି ଗଗନ ପବନ।

କୌତୁହଳେ ଦେଖୁଥିଲି ବସା ନଡିଆ ତେଲର ତରଳିବା,

କାକର ବୁନ୍ଦା ପରେ ଖରା ପଡି ମୋତି ସମ ଝଟକିବା।

ଦୂରରୁ ମମତାମୟୀ ମା ଦେଉଥିଲେ ଡାକ,

"ଆସି ନେଇଯାଅ ପିଲେ ଜଳଖିଆ ତକ"।

ଶୁଣି ତା'ର ଏହି ବଚନେ ମଧୁରତା,

ବସନ୍ତ ବୋଲି ଭାବି ଶୀତୁଆ ସକାଳକୁ

କୋକିଳ ସତେକି ଅବା କରିବ ମୂର୍ଖତା??


ତାଗିଦ ଭରା ପିତାଙ୍କର ସେ ବାଣୀ

"ମୁଖ୍ୟ ପରୀକ୍ଷା ଆଉ ଦୁଇମାସ, ଭୁଲ ନାହିଁ ପୁଣି",

ସୂଚାଇ ଦିଏ ହୃଦେ, ଚିନ୍ତା ପିଲାଙ୍କୁ ନେଇ ତାଙ୍କର

କିନ୍ତୁ ସତରେ କଣ ଶୁଣେ ଉପଦେଶ କାହାର??

ଶୁଣି ଏ କାନରେ କରେ ସେ କାନରେ ବାହାରେ 

ପୂର୍ଣ୍ଣ କରେ ସବୁ ଅଝଟ,ଅଳି, ବଞ୍ଚିଯାଏ ଅଚିନ୍ତାରେ।।


ଆସେ ଶୀତର ସେ ପଲ୍ଲୀ ସନ୍ଧ୍ୟା ନଇଁ

ଅପରୂପ ତାର କୁହୁଡ଼ିଆ ବାସ୍ନା,

ତମସା ଚାଦର ଢାଙ୍କି,ନିଏ ଧରାକୁ କୋଳେଇ

ସଂଜ ବୋହୂ ମାନଙ୍କର ଭାସି ଆସୁଥିବା ମଧୁର ସଙ୍ଗୀତ

ଭଲ ଫସଲ ଅମଳ ହେବାର ସେ ପୂର୍ଣ୍ଣତାର ଗୀତ।।

ଆଗତ ସମୟର ଚିନ୍ତାକୁ ନକରି ତିଳେ ଭ୍ରୁକ୍ଷେପ,

ବୋହୁଚୋରି,ବାଗୁଡ଼ି ଖେଳେ ସଙ୍ଗେ ଧରି ମିତ

ସଂଜ ଆସେ,ଧୂପର ଗନ୍ଧରେ ମହକି ଉଠେ ଅଗଣା

ଠାକୁରାଣୀ ମୂଳ ଘଣ୍ଟଘଣ୍ଟା ଆଳତୀ କରେ ଆନମନା।।

ଖେଳ ସମୟରେ ଟିକିଏ ହୋଇଗଲେ ବିଳମ୍ୱ

ପ୍ରାର୍ଥନା କରିବାର ତାଗିଦରେ ମାଆଙ୍କର ମିଛ ରାଗ।।


ମନେପଡେ ସେ ଶୀତର ସନ୍ଧ୍ୟା..

ଚାଦର,ଶୀତବସ୍ତ୍ର ଭିତରେ ହଜେଇ ନିଜକୁ,

ଘେରି ବସୁଥିଲୁ ଅତି ଆନନ୍ଦେ ପରିବାର ପିତାଙ୍କୁ

ଘେନି ମାଆଙ୍କ ହାତ ତିଆରି ପକୁଡ଼ି, ବରା 

ଶୁଣୁଥିଲୁ,କାହାଣୀ,କବିତା,ବୀରତ୍ୱର ଗାଥା

ଶ୍ରୀକୃଷ୍ଣ ତଥା ଯୋଗୀ ଶ୍ରୀ ଅରବିନ୍ଦ,

ରବୀନ୍ଦ୍ର ନାଥ ଓ ଫକୀରମୋହନ,

ଭଳିକି ଭଳି,କେତେଯେ ଅମର ସୃଷ୍ଟି ମାନ

ଅତି ସରଳରେ କହୁଥିଲେ ବାପା ବୁଝେଇ,

ଗର୍ବିତ ହେଉଥିଲା ହୃଦୟ,ପ୍ଲାବନ ହେଉଥିଲା ପ୍ରାଣ

ଇଛା ହେଉଥିଲା ଦିନେ ରଚିବୁ ଅମର ସାହିତ୍ୟ

ଯୁଗଯୁଗକୁ ଏ ସୃଷ୍ଟି ହେବ କାଳଜୟୀ..


ଆଜି ମଧ୍ୟ ଆସେ ଶୀତ ନେଇ ତାର ଅବଗୁଣ୍ଠନ 

କିନ୍ତୁ ଅନୁଭବ ହୁଏ ନାହିଁ ପିଲାଦିନର ପ୍ରେମ,

ବଜାର ତିଆରି ଫାଷ୍ଟଫୁଡର ଭୁରୁ ଭୁରୁ ଆଘ୍ରାଣ

ବାନ୍ଧି ରଖି ପାରେ ନାହିଁ ,କାହିଁକି ଏ ପ୍ରାଣ

ବଜାରରେ ମିଳୁଥିବା ଚାକଚକ୍ୟରେ ଭରା ଜିନିଷ

ମନରେ ଭରେ ନାହିଁ କିଂଚିତ ଆନନ୍ଦ..

ମୋବାଇଲ ଭିତରେ ହଜିଯାଏ ବାଲ୍ୟକ୍ରୀଡା 

ସଂଜ ପ୍ରାର୍ଥନା ଓ ଗ୍ରାମ ଦାଣ୍ଡେ ଧାଁ ଦଉଡା 

ଆଃ...

ଲାଗେ ମୋତେ ପୁରାପୁରି ନକଲି ଏ ଦୁନିଆ,

ଆତ୍ମୀୟତା ଅଭାବେ ସବୁ ଯେମିତି ଦେଖାଣିଆ,

କଥାକୁହା ଲୋକଙ୍କ ମିଥ୍ୟା ପ୍ରଳାପ ଓ ବାକ ଚାତୁରୀ,

କରିପାରେନି ମୋ ମନରେ ଘର,

ଯାଏନି ମନ ଆଉ ଭାବନାରେ ବତୁରି।

ନିଜର ବୋଲି ଦେଖାଇ ହେବା ମିଛ ହେଲେ ବି କରିବାକୁ ପଡେ,

ମିଛ ଅଭିନୟର ଭେଳିକି ଭିତରେ ଆମ ତଥାକଥିତ ସମ୍ପର୍କ ଆଗକୁ ବଢେ।

ନାହିଁ ମୋ ପାଖେ ଟାଇମ୍ ମେସିନ୍,

ଯେ ମୁକ୍ତ କରିବ ମୋତେ ସମୟର ବନ୍ଧନରୁ,

ଚାହିଁଲେବି ଦଉଡି ପହଞ୍ଚି ପାରିବିନି ଅତୀତରେ ବର୍ତ୍ତମାନ ସମୟରୁ।

ଖାଲି ଯାହା ଦୂରୁ ଦିଶୁଥିବ ସ୍ମୃତିର ରଙ୍ଗୀନ ଇନ୍ଦ୍ରଧନୁ,

ଯାହାକୁ ଦେଖି ଏବେବି ପୁଲକିତ ହୁଏ ମୋର ତନୁ।


Rate this content
Log in

Similar oriya poem from Abstract