Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambuja Mohanty

Abstract

3  

Ambuja Mohanty

Abstract

ମସ୍ତିଷ୍କ ହୃଦୟର ପ୍ରେମ କାହାଣୀ

ମସ୍ତିଷ୍କ ହୃଦୟର ପ୍ରେମ କାହାଣୀ

1 min
244



ହେ ...ହୃଦୟ

ଜାଣେନା ତୁମେ କିଭଳି ଅନୁଭବ କର 

କିନ୍ତୁ ସତରେ ବ୍ୟଥିତ ହୋଇପଡେ ମୁଁ

ତୁମେ ଟିକିଏ ଆହତ ହେଲେ

ଜାଗ୍ରତ ହୋଇପଡ଼ନ୍ତି ତନ୍ତ୍ରୀ ମାନ ମୋର

ବିଦ୍ରୋହ କରି ଉଠନ୍ତି ସେମାନେ 

କ୍ରନ୍ଦନ ଶବ୍ଦରେ ତୁମ୍ଭର..


*ହୃଦୟ*

ତୁମର ଏହି ଉଦାରପଣିଆ ସତରେ

ଦେଖି ପାରନ୍ତିନି କେହି,

ସଭିଏଁ ବଖାଣି ବସନ୍ତି, ତୁମେ ଅଟ କ୍ରୁର

ଯାହାର ହୃଦୟ ନାହିଁ ।

ହେଲେ ମୋର ଟିକେ ଲୁହ ପାଇଁ ତୁମେ

ନିଅ କଠୋର ପଦକ୍ଷେପ

କୁହ କଟୁ ବାକ୍ୟ ପୁଣି କେବେ ତୁମେ

ଲଢ଼ିଯାଅ ସହସା ଯେ କୁରୁକ୍ଷେତ୍ର।


*ମସ୍ତିଷ୍କ*

ତୁମେ ଜାଣ ମୋର ପ୍ରେମ ଅନ୍ତରରୁ

ନୁହେଁ ଏହା କେଉଁ ସ୍ୱାର୍ଥର ମୋହତାଜ

ହେ ହୃଦୟ ,

ତୁମ ଓ ମୋର ସମ୍ପର୍କ ଅଟେ

ଚିରସ୍ଥାୟୀ ଓ ଚିରଞ୍ଜିବୀ 

ଯାହା ଭାଷାରେ ଅବର୍ଣ୍ଣନୀୟ।


Rate this content
Log in

Similar oriya poem from Abstract