STORYMIRROR

Ambuja Mohanty

Inspirational

3  

Ambuja Mohanty

Inspirational

ହେ ଗାନ୍ଧୀ

ହେ ଗାନ୍ଧୀ

1 min
173


ହେ ଜାତିର ପିତା ବାପୁ ତୁମେ ବାହୁଡ଼ି ଆସ

ପରାଧୀନ ସମ ଦେଶରେ ଆଜି ଦିଅ ସ୍ଵାଧୀନ ବାସ

ବର୍ଷବର୍ଷ ଥିଲୁ ଅନ୍ୟ କା ଅଧିନ ଆମ୍ଭେ ଦେଶବାସୀ

ତୁମ୍ଭରି ନେତୃତ୍ୱେ ମିଳିଲା ସତେକି ସ୍ଵାଧୀନତାର ଖୁସି


ସ୍ଵାଧୀନ ଦିଶୁଥାଇ ମଧ୍ୟ ଆଜି ପରାଧୀନ ଆମେ

ତୁମରି କାମନା ଅଛି ପ୍ରତିଟି ଭାରତର ଜନେ

ବିଦେଶୀ ବସନ, ଯାନ ପୁଣି ଅଛି ପ୍ରସାଧନେ

ସ୍ୱଦେଶୀ ଦ୍ରବ୍ୟର ନହୁଏ ପ୍ରଚାର ପ୍ରସାରଣେ


ପୁଣି ଫେରି ଆସ ଆହେ ଜାତିର ଜନକ

ଚଳାଇ ଅରଟ ତୁମେ କର ବିଦେଶୀ ମୁକ୍ତ

ଅହିଂସା ନୀତି ତୁମେ ପୁନଃ ଶିଖେଇ ଦିଅ

ବିନା ଅସ୍ତ୍ରରେ ଲଢ଼ିବାକୁ ସାହସ ଜଗାଅ 


ସବୁ ବଡ଼ ବଡ଼ ବ୍ୟକ୍ତି ଥିଲେ ତୁମ ଭକ୍ତ

ମାର୍ଟିନ ମାଣ୍ଡେଲାଙ୍କ ପାଇଁ ଅହିଂସା ଶକ୍ତ

ଭାରତର ଗର୍ବ ତୁମେ ଅଟ ପୁଣି ଗୌରବ

ଯୁଗେ ଯୁଗେ ତୁମ ଗାଥା ଗାନ ହେଉଥିବ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational