STORYMIRROR

Pravat Kumar Mohapatra

Inspirational

3  

Pravat Kumar Mohapatra

Inspirational

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

1 min
401

ଏହି ଅଳି ଶ୍ରୀଛାମୁରେ ଦୀନବନ୍ଧୁ

ଏହି ଅଳି ଶ୍ରୀ ଛାମୁରେ

କରୋନା କବଳେ ହେଲୁ ବିଚଳିତ

ତ୍ରାହିକର ପ୍ରଭୁ ବାରେ ।

କେଉଁଠୁ ଆସିଲା ପାପିଷ୍ଟ କରୋନା

ଜୀବନ ଜୀବିକାରେ ଦେଲା ସେ ଯାତନା

ପ୍ରଥମ ଲହରେ ବୁଢାବୁଢୀ ଗଲେ

ଦ୍ୱିତୀୟ ଲହର ଗଜା ଟୋକା ଗଲେ

ତୃତୀୟ ଲହର ଟେକି ଅଛି ପାଦ

କରନ୍ତି ପଣ୍ଡିତେ ଶିଶୁଙ୍କୁ ପ୍ରମାଦ

ଲୋକଙ୍କ ଜୀବିକା ହୋଇଲା ଅସ୍ଥିର

ଋଣଭାରେ ପଡ଼ି ହେଲେ ଚୁରମାର

ଜୀବନ ହୋଇଲା ପୁରା ବିଚଳିତ

ତ୍ରାହି କର ପ୍ରଭୁ ଟେକି ଦେଲୁ ହାତ

ତଥାପି ହେ ପ୍ରଭୁ ନ ଶୁଣ ଯାତନା

ଚାହିଁଛ କାହିଁକି ଆଖି କରି ଡିମା

ଚକ୍ରପେଶି ତୁମେ ନାଶିଲ ନକ୍ରକୁ

ନାଶ କରୋନାକୁ ରଖ ପୃଥିବୀକୁ

ଏତିକି ତ ଅଳି ଶ୍ରୀଛାମୁରେ ପ୍ରଭୁ

ଯାଉ ଏ କରୋନା ଧରଣୀ ଗରଭୁ

ତୁମ ଆଢୁଆଳେ ରଖ ମହାବାହୁ

ଦୂର ହେଉ ଏହି କରୋନାର ରାହୁ

ଫେରି ଆସନ୍ତୁ ସେ ପୂର୍ବ ଜୀବନକୁ

ବିଚଳିତ ଆଖ୍ୟା ଯାଉ ତ ଦୂରକୁ । ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational