ଈଶ୍ୱର
ଈଶ୍ୱର


କିଏ ସେ ଈଶ୍ୱର? ଏ ନୟନ ପାଇଁ କାହିଁ ଅଟନ୍ତି ର୍ଦୁଲଭ୍ୟ
କହିଥିଲେ ଜଣେ ବଡ଼ ଲୋକ “where reason fails" ଈଶ୍ୱରଙ୍କ ହୁଏ ଆବିର୍ଭାବ ।
ଠିକ୍ ଅଛି, ସଶରୀରେ କେବେ ତାଙ୍କୁ ଦେଖି ନାହିଁ ମୁହିଁ କେଉଁଠି କେଜାଣି,
ଗଛରେ ଲତାରେ ଅବା କୋଇଲିର ସେ କୁହୁତାନରେ ମନ ନିଏ ନିଶ୍ଚେପରା କିଣି ।
ଝରଣାର ଝରଝର ଧାର ନଦୀର ସେ ସୁମଧୁର ସ୍ୱର ସାଗରର ଉତାଳ ତରଙ୍ଗ
କୁନି କୁନି ପିଲାର ସେ ମନ ଲୋଭା ହସ, ଆଉ ପୁଣି ଇନ୍ଦ୍ରଧନୁର ସେ ସପ୍ତରଙ୍ଗ ।
ସେଥିରେ କି ଅଛନ୍ତି ଈଶ୍ୱର? ମନ ହୁଏ ଦେଖିବାକୁ ତାହାକୁ ପାଖରୁ
କିଏ ସେ କରୁଣାମୟ, କିଏ ସେହି ଗୁପ୍ତ ମହାମେରୁ ।
ଦେଉଳରେ ଖୋଜେ ମୁହିଁ ମୂର୍ତ୍ତିର ଗହଳେ
ତାଙ୍କୁ ପରା ଗଢିଛି ମଣିଷ ହାତୁଡ଼ି ନିହାଣ ଆଉ କରଣୀର ଧାରେ ।
ସୂର୍ଯ୍ୟ ଆସେ ଚନ୍ଦ୍ର ହସେ ତାହା ଉଁଏ ଏ ଆକାଶଟା ସାରା
ଫୁଲ ଫୁଟେ ପ୍ରଜାପତି ନାଚେ ସତ କଥା ହସି ଉଠେ ଧରା ।
ସବୁତ ଦେଖୁଛି ମୁହିଁ ବୁଝିଚିତ ତୁମର ଏ ସୃଷ୍ଟି
କହନ୍ତି ସାଧବେ ଆରେ, ଏ ସବୁ କର୍ତାଙ୍କର ଅମୃତର ଦୃଷ୍ଟି ।
ପତିତ ମୁଁ ଗୀତା ଭାଗବତ ବୁଝିଛି ମୁଁ ବାସୁଦେବଙ୍କ ଚରିତ୍ର
ହେଲେ ସେ କାହାନ୍ତି ସ୍ୱୟଂ କେଉଁଠି କାହିଁତ ।
ହେ ଈଶ୍ୱର ତୁମେ ତ ଠାକୁର ସବୁ ସୃଷ୍ଟି ହୋଇପାରେ ତୁମରି ସ୍ପର୍ଶରେ
ବୁଛିଛି ମୁଁ ଠିକ୍ ଅଛି, କିନ୍ତୁ ଦେଖୁ ନାହିଁ ତୁମକୁ ତ କେବେ ସ୍ୱଦେହରେ
କୁହମତେ ଯାହା କିଛି କୁହ ଆଡ଼ ବାୟ
ତଥାପି କହିବି ମୁହିଁ ଏ ସବୁ ତ ହେଉବା ଅଦ୍ଭୁତ କିନ୍ତୁ ମୋ ମତରେ
ଏ ସବୁ ମିଥ୍ୟା ଆଉ ତୁମର ତ ମାୟା
ଯଦୁପତେ କ୍ୱଗତା ମଥୁରାପୁରୀ
ରଘୁପତେ କ୍ୱ ଗତୋତ୍ୱର କୋଶଳଃ ।