STORYMIRROR

Banalaxmi Mohanty

Tragedy

3  

Banalaxmi Mohanty

Tragedy

ପ୍ରଳୟ

ପ୍ରଳୟ

1 min
246


ହେ ଜଗତକର୍ତ୍ତା ଏ ସୃଷ୍ଟି ସୃଜିଲ

    ମନୁଷ୍ୟକୁ ଶ୍ରେଷ୍ଠ କରି

ମନୁଷ୍ୟ ନିଜର କର୍ତ୍ତବ୍ୟ ଭୁଲୁଛି

    ବିପଦ ଆସଇ ଘାରି ।।


ସମାଜରେ ହିଂସା, ଦ୍ଵେଷ ବଢିଚାଲେ

     ସ୍ବାର୍ଥପର ଏ ମଣିଷ

ନିଜ ସ୍ଵାର୍ଥପାଇଁ ବୃକ୍ଷ ପଦାକରେ

    ସେ ପାଇଁ ପିଅଇ ବିଷ।। 


ବୃକ୍ଷ ସିନା ଦିଏ ଅମ୍ଳଜାନ ବାୟୁ

    ପରିବେଶ ସୁସ୍ଥ ରହେ

ବୃକ୍ଷ ନାଶ ଯୋଗୁଁ ଧରଣୀ ଉତ୍ତପ୍ତ 

   ଅଣ ନିଶ୍ଵାସୀ ସେ ହୁଏ।। 


ଅମ୍ଳଜାନ ଆଜି ଅଭାବ ପଡଇ

    ସଭିଙ୍କ ପଡେ ଭାଳେଣି

କରୋନା ରୋଗର ଉପଚାର ଲୋଡା

   କେତେଯେ, ଲୋକ ମଲେଣି।। 


ସୃଷ୍ଟି ଅବା ସତେ ହେବକି ପ୍ରଳୟ

    ଆହେ ପ୍ରଭୁ ଦୟାମୟ 

କରେ କାରଣ ପ୍ରଭୁ ନାରାୟଣ

   ସୃଷ୍ଟି କରିଦିଅ ଥୟ।। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy