Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banalaxmi Mohanty

Tragedy

3  

Banalaxmi Mohanty

Tragedy

ପ୍ରଳୟ

ପ୍ରଳୟ

1 min
237



ହେ ଜଗତକର୍ତ୍ତା ଏ ସୃଷ୍ଟି ସୃଜିଲ

    ମନୁଷ୍ୟକୁ ଶ୍ରେଷ୍ଠ କରି

ମନୁଷ୍ୟ ନିଜର କର୍ତ୍ତବ୍ୟ ଭୁଲୁଛି

    ବିପଦ ଆସଇ ଘାରି ।।


ସମାଜରେ ହିଂସା, ଦ୍ଵେଷ ବଢିଚାଲେ

     ସ୍ବାର୍ଥପର ଏ ମଣିଷ

ନିଜ ସ୍ଵାର୍ଥପାଇଁ ବୃକ୍ଷ ପଦାକରେ

    ସେ ପାଇଁ ପିଅଇ ବିଷ।। 


ବୃକ୍ଷ ସିନା ଦିଏ ଅମ୍ଳଜାନ ବାୟୁ

    ପରିବେଶ ସୁସ୍ଥ ରହେ

ବୃକ୍ଷ ନାଶ ଯୋଗୁଁ ଧରଣୀ ଉତ୍ତପ୍ତ 

   ଅଣ ନିଶ୍ଵାସୀ ସେ ହୁଏ।। 


ଅମ୍ଳଜାନ ଆଜି ଅଭାବ ପଡଇ

    ସଭିଙ୍କ ପଡେ ଭାଳେଣି

କରୋନା ରୋଗର ଉପଚାର ଲୋଡା

   କେତେଯେ, ଲୋକ ମଲେଣି।। 


ସୃଷ୍ଟି ଅବା ସତେ ହେବକି ପ୍ରଳୟ

    ଆହେ ପ୍ରଭୁ ଦୟାମୟ 

କରେ କାରଣ ପ୍ରଭୁ ନାରାୟଣ

   ସୃଷ୍ଟି କରିଦିଅ ଥୟ।। 





Rate this content
Log in