STORYMIRROR

Banalaxmi Mohanty

Others

4  

Banalaxmi Mohanty

Others

ଅତିଥି

ଅତିଥି

1 min
257


ଅତୀତ କାଳରୁ ରହି ଆସିଅଛି

ଅତିଥି ଯେ ଭଗବାନ

ଅତିଥିକୁ କଲେ ଆଦର ଯତନ

ମିଳଇ ଆଶୀର୍ବାଦ।। 


ଅତିଥି ଗୃହକୁ ଆଗମନ କଲେ

ଆଦରେ ପାଛୋଟି ନେବ

ଗୋଡ ଧୋଇଦେଇ ଖାଦ୍ୟ ପରଶିଣ

ଭଲ ମନ୍ଦକୁ ପୁଚ୍ଛିବ।


ଆମ ସଂସ୍କୃତି ଓ ପରମ୍ପରା ମଧ୍ୟେ

ଅତିଥି ଲଭେ ସମ୍ମାନ

ମିଠା କଥା କ଼ହି ନମ୍ର ଭାବ ବହି

ଦେବେଟି ତାଙ୍କୁ ସମ୍ମାନ।। 


ପୌରାଣିକ ଯୁଗେ ଋଷି ଅତ୍ରୀଙ୍କର

ଅନୂସୟା ନାମେ ପତ୍ନୀ

ଅତିଥି ରୂପରେ ଗୃହକୁ ଆସିଲେ

ବ୍ରହ୍ମା ,ବିଷ୍ଣୁ, ଶିବ ତିନି।।


ସତୀତ୍ବ ବଳରେ ଶିଶୁ କରି ତାଙ୍କୁ

ନିଜ ହାତେ ଖୁଆଇଲେ

ସେହି ପୂଣ୍ୟ ବଳେ ପୁତ୍ର ରୂପେ ସିଏ

ଦତ୍ତାତ୍ରେୟଙ୍କୁ ଲଭିଲେ।। 

 

ମହାଦାନୀ କର୍ଣ୍ଣ ଦୁଆରେ ଅତିଥି 

ଭଗବାନ ହୋଇଥିଲେ

ଏକୋଇର ବଳା ବିଶିକେଶନକୁ

ରନ୍ଧନ କରିଣ ଦେଲେ।। 


ବିଦୂର ଅତିଥି ହୋଇ ମହାପ୍ରଭୁ 

ଶାଗ ଭଜା ଖାଇଥିଲେ

ଭକ୍ତ ପ୍ରେମେ ବନ୍ଧା ସେ ମଧୁସୂଦନ 

ଭକ୍ତକୁ ଅଭୟ ଦେଲେ।। 


ଅତିଥି ରୂପରେ ସଖା ସୁଦାମାଙ୍କୁ 

ଶ୍ରୀ କୃଷ୍ଣ ପାଛୋଟି ନେଲେ

ଗୋଡ ଧୋଇ ଦେଇ ଆନନ୍ଦରେ ତାଙ୍କ

ଅତିଥି ସତ୍କାର କଲେ।। 


ଅତିଥି ଆସିଲେ ଗୃହକୁ କେବେବି

ମନ ଊଣା ନକରିବ

ଉତ୍ତମ ବ୍ୟବହାର ଦେଖାଇ ତାହାଙ୍କୁ

ଆନନ୍ଦେ ପାଛୋଟି ନେବ।। 



Rate this content
Log in