STORYMIRROR

Banalaxmi Mohanty

Inspirational

4  

Banalaxmi Mohanty

Inspirational

ପ୍ରକୃତି

ପ୍ରକୃତି

1 min
244

କିସୁନ୍ଦର ଧରା ସୃର୍ଜିଅଛ ପ୍ରଭୁ

ପ୍ରକୃତି ସୌନ୍ଦର୍ଯ୍ୟମୟ

ସବୁଜ ବନାନୀ କାନନ କେଦାର

ଦର୍ଶନେ ଭରେ ହୃଦୟ।


ନାନା ଜାତି ଫୁଲ ବନେ ଉପବନେ

ଫୁଟି ବାସ ବିତରନ୍ତି 

ପର୍ବତ ଶିଖରୁ ଝର ଝର ହୋଇ

ଝରଣା ବୋହି ଯାଆନ୍ତି।


ଲତା ଗହଳରେ ପକ୍ଷୀ କଳରବ

ଅଟଇ ଶ୍ରୁତି ମଧୁର

ନୀଳ ସାଗରର ଲହରୀ ଆସିଣ

ଲୋଟେ ବେଳାଭୂମିପର।


ପ୍ରକୃତି ସୁନ୍ଦର ବୃକ୍ଷଲତା ପାଇଁ 

ହେଲେ ଆଜି ସେ ଶ୍ରୀହୀନ

ସ୍ବାର୍ଥପର ହୋଇ ଏ ମାନବ ଜାତି

ବୃକ୍ଷ କରଇ ଛେଦନ।


ପ୍ରକୃତିର ଶୋଭା କ୍ଷୁର୍ଣ୍ଣ ହେଉଅଛି

ହତଶିରି ହୁଏ ଧରା

ନାନା ବିପର୍ଯ୍ୟୟ ମାଡି ଆସେ ତେଣୁ

ମାନବ ଭୋଗଇ ପରା।


ମଣିଷ ପ୍ରକୃତି ହିଂସ୍ର ହେଉଅଛି

ରକ୍ତରେ ଖେଳଇ ହୋଲି

ଭାଇ ଭାଇ ମଧ୍ୟେ ହଣା କଟା ହୋନ୍ତି

ସମ୍ପତ୍ତି ପାଇବେ ବୋଲି।


ମଣିଷ ଖେଳୁଛି ପ୍ରକୃତି ସହିତ 

ପ୍ରକୃତି ରୁଷ୍ଟ ହୋଇଛି 

ଋତୁଚକ୍ର ଆଉ ସମୟେ ଆସୁନି 

ଅନାବୃଷ୍ଟି ହେଉଅଛି।


ପ୍ରକୃତି ବଦଳାଅ ହେ ମାନବ ଜାତି 

ବୃକ୍ଷକୁ ରୋପଣ କରି

ହସି ଉଠିବ ଏ ସୁନ୍ଦର ପ୍ରକୃତି

ନାନା ଫୁଲ ଫଳେ ଭରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational