STORYMIRROR

Banalaxmi Mohanty

Others

3  

Banalaxmi Mohanty

Others

ଦୋଳପର୍ବ

ଦୋଳପର୍ବ

1 min
200


ଫଗୁଣ ମାସରେ ଦୋଳପର୍ବ ଆସେ

ରଙ୍ଗର ପସରା ଧରି

ପିଲାଠାରୁ ବୁଢା ରଙ୍ଗ ଖେଳିଥାନ୍ତି 

ଧରି ରଙ୍ଗ ପିଚକାରୀ।। 


ଦୋଳ ଦଶମୀଠୁ ରାଧାମାଧବ ଯେ

ବିମାନେ ବିଜେ କରନ୍ତି 

ଭକ୍ତଗଣ ସାଥେ ଦାଣ୍ଡ ଦାଣ୍ଡ ବୁଲି

ଭୋଗ ସିଏ ଖାଇଥାନ୍ତି।। 


ଘଣ୍ଟ ଘଣ୍ଟା ନାଦେ ବିମାନ ଆସଇ

ରାଧା ଗୋବିନ୍ଦ ସୁନ୍ଦର

ନାନା ଜାତିଫୁଲେ ବିମାନଟି ସଜ୍ଜା

ଉପମା ନାହିଁ ତାହାର।। 


ବିମାନରେ ଝୁଲେ ଆମ୍ବ ଦୋଳା ଦୋଳା

ମଧ୍ୟେ ଯୁଗଳ ମୁରତି

ହଲି ହଲି ଝୁଲି ବିମାନେ ଯାଆନ୍ତି 

ଅପରୂପ ଦିବ୍ୟକାନ୍ତି।।  


ମେଲଣ ପଡିଆରେ ମେଲଣ ହୁଅଇ

ବିମାନ ଏକାଠି ହୋନ୍ତି 

ଦୋଳ ପରବରେ ରାଗ ଋଷି ଭୁଲି

ସଭିଏଁ ହୋଲି ଖେଳନ୍ତି ।।


ଓଡିଆ ସଂସ୍କୃତି ପରମ୍ପରା ଆମ

ନିଆରା ତାର ପ୍ରଭାବ

ପୂଜା ପାର୍ବଣରେ ଶାନ୍ତି ମିଳିଥାଏ

ଭରେ ଭାଇଚାରା ଭାବ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍