STORYMIRROR

Banalaxmi Mohanty

Others

3  

Banalaxmi Mohanty

Others

ଆସିଛି ହୋଲି

ଆସିଛି ହୋଲି

1 min
185

ଆସିଛି ହୋଲି ଆସିଛି ହୋଲି 

ଏଇ ଫଗୁଣ ମାସେ

ଗଛ ପତର ପ୍ରକୃତି ରାଣୀ

ଭାରି ସୁନ୍ଦର ଦିଶେ।। 


ଦୋଳ ପରବ ଆସଇ ଯେଵେ

ରଙ୍ଗରେ ଖେଳ ହୁଏ

ଅବିର ସାଥେ ପିଚକାରୀର

ଖେଳଟା ଜମିଯାଏ।। 


ଆସରେ ସାଙ୍ଗ ଖେଳିବା ହୋଲି

ରାଗ ଋଷାକୁ ଭୁଲି

ସାତ ରଙ୍ଗର ଅବିର ସାଥେ 

ଖେଳିବା ଆସ ହୋଲି।। 


କ୍ଷତି କାରକ ରଙ୍ଗକୁ ଆମେ

ଜମା ଛୁଇଁବା ନାହିଁ 

ରାସାୟନିକ ରଙ୍ଗେ ଖେଳିଲେ

ଚର୍ମ ରୋଗ ହେବ ଭାଇ।। 


ଆଖି କାନରେ ରଙ୍ଗ ନମାରି

ଖେଳିବା ଆମେ ହୋଲି

ପିଚକାରୀରେ ରଙ୍ଗ ଭରିଣ

ହଳଦୀ ନୀଳ ନାଲି।। 


ବାଧ୍ୟ କାହାକୁ କରିବା ନାହିଁ 

ଖେଳିବା ପାଇଁ ହୋଲି

ନିଜ ଇଚ୍ଛାରେ ହସ ଖୁସିରେ

ଖେଳିବା ପରା ହୋଲି।। 


ଘରକୁ ଘର ବୁଲିଣ ଆମେ

ମିଠା ପିଠା ଖାଇବା

ଦୋଳ ବିମାନେ ରାଧାମାଧବ

ଦର୍ଶନ ତାଙ୍କୁ କରିବା।। 


ଗୁରୁଜନଙ୍କ ପାଦରେ ହୋଲି

ଦେଇ ପ୍ରଣାମ କରିବା

ହସ ଖୁସିରେ ଦୋଳ ପରବ

ପାଳନ ଆମେ କରିବା।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍