STORYMIRROR

Banalaxmi Mohanty

Inspirational

4  

Banalaxmi Mohanty

Inspirational

ଜନ୍ମଭୂମି

ଜନ୍ମଭୂମି

1 min
280

ଯାହାର କୋଳେ ଜନମ ଲଭି

ଡାକିଲି କୁଆଁ କୁଆଁ 

ସେହି ମୋ ପ୍ରିୟ ଜନମ ଭୂଇଁ 

ସେହି ମୋହରି ମାଆ।


ତାହାରି କୋଳେ ପାଦ ଥାପି ମୁଁ 

ପ୍ରଥମେ ତାଲିଥିଲି

ତା ଧୂଳି ବାଲି ଚନ୍ଦନ ପରି

ଦେହେ ମୁଁ ବୋଳି ହେଲି।


ତାହାରି ଜଳ ତାହାରି ଫଳ

ଖାଇ ମୁଁ ହେଲି ବଡ

ସାଥି ମେଳରେ ବୁଲୁଛି କେତେ

ତା ବିଲ ବନ୍ଧ ବାଡ।


ତାର ବିଲ ବଣ ଶାଗୁଆ କ୍ଷେତ

ଆହାକି ମନୋହର

ନଈ ବୋହଇ ଗାଆଁ ପାଖରେ

ପହଁରା ମଜା ଦାର।


ସାଙ୍ଗ ମେଳରେ ତା ତୋଟା ମାଳେ

ତୋଳିଛି କେତେ କୋଳି

ବର ଗଛର ଓହଳେ ପୁଣି

ଖେଳିଛି ମୁଁ ଦୋଳି।


ଗାଆଁରେ ମୋର ଗ୍ରାମ ଦେବତୀ

ସଭିଙ୍କୁ ପରା ସାହା

ଜାନି ଯାତରା ତା ପାଶେ ହୁଏ 

କେତେ ଆନନ୍ଦ ଆହା।


ସେଇଠି ମୁହିଁ ପଢିଛି ପାଠ

ବିଦ୍ୟାଳୟରେ ଯାଇ

ଗୁରୁଜୀଙ୍କର ଆକଟ ଛାଟ

ମନରୁ ଭୁଲି ନାହିଁ।


ଯେଉଁଠି ଥିଲେ ଭୁଲିବି ନାହିଁ 

କେବେ ତାହାର ନାଆଁ

ମୋ ଜନ୍ମ ଭୂଇଁ ସରଗ ମୋର

ସିଏ ମୋହରି ମାଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational