STORYMIRROR

Jyochhna rani Devi

Inspirational

4  

Jyochhna rani Devi

Inspirational

ମାଆର ମମତା

ମାଆର ମମତା

1 min
215


କଣ୍ଟକ ବେଦନା ରୁଧିର ଝରଣା

   ଯା 'ଆଗେ ନୁଆଁଏ ମଥା

ମଥାପରେ ଥୋଇ ଆଢୁଆଳ ଛାଇ

 ସିଏ ମାଆର ମମତା।


ଜହ୍ନରୁ ଜୋଛନା ଅଚଳୁ ଝରଣା

  ସରଗ ରାଇଜୁ ପରୀ

ଆଣିଦିଏ ଭେଟି ଯାତନାରେ ଲୋଟି

   ତା 'ସାଥେ ହେବ କେ ସରି ।


ଦୁନିଆ ଦାଣ୍ଡରେ ବୋଳିବ ମୁଣ୍ଡରେ

   ସନ୍ତାନର ଦୋଷାଦୋଷ

ଠିଆ ହୋଇଥିବ ସହସ୍ରଭୂଜାରେ

  ପିଇକି ଯେତେକ ବିଷ ।


ହୃଦୟ ଅଙ୍ଗନେ ବିଛାଇ ଯତନେ

  ଆଶିଷର ଫୁଲଶେଜ

ବରଷୁଥିବ ସେ ଅବିରତ ଧାରା

   ଅଙ୍କୁରି ମମତା ବୀଜ ।


ତା'କୋଳ ଝୁଲଣା ପଣତ ବିଛଣା

  ତିନିଲୋକରେ ଦୁର୍ଲଭ

ତା'ଉଷ୍ମ ଆଶ୍ଳେଷ ଲୁଟେ ଯେତେ କ୍ଳେଶ

    ମନାସଇ ଶୁଭଲାଭ ।


ଅଞ୍ଚଳ ପରା ତା' ଅନନ୍ତ ଅସୀମ

   ଜୀବନର ଯେତେ ଧୁଳି

ଝାଡି ନେଇଯାଏ ସୋହାଗେ ଆତୁରେ

  ଝଡ ଆଗେ ବକ୍ଷ ତୋଳି ।


କିଏ ସରି ହେବ ମାଆ ସାଥେ ଆହା!

  ମାଧୁରିମା ଯାର ନାମୁ

ଝରି ଯାଉଥାଏ,ଝୁଣ୍ଟି ପଡିଲେ ରେ

  ଫେରୁଥିଲେ ନାନା କାମୁ ।


ଜନମ ଜନମ ତା'ସେବାରେ ପ୍ରାଣ

 ଲଗାଇ ପରାଣ ଆମ

ଜନନୀ ପୟର ଶ୍ରୀମନ୍ଦିର ଦ୍ଵାର

   କରି ଗାଇବା ତା' ନାମ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational