Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyochhna rani Devi

Abstract

3  

Jyochhna rani Devi

Abstract

ଭାବାବେଶ

ଭାବାବେଶ

1 min
307


ଭାବର ସହର ଅଭାବ ଏଇଠି ଆବେଗ ହେଲାଣି ଊଣା

ମୁଖରେ ଅମୃତ ପେଟେ ଭରି ବିଷ ବାଣୀ କହି ମନଜିଣା ।


ତିନି ତୁଣ୍ଡେ ଛେଳି କୁକୁର ହେଉଛି ଭକୁଆ ବନୁଛି ସାଧୁ

ଦଣ୍ଡିକିରୀ ମାଛ ବିକା ସରିଯାଏ ମୁଖରେ ଭରି ଯେ ମଧୁ ।


ସୁବର୍ଣ୍ଣ କାନ୍ଦଇ ମଥା କୋଡି ଏଠି ବେଙ୍ଗି ହୋଇଲାଣି ସୁନା 

ଭାବର ସହର ଅଭାବ ଏଇଠି ଆବେଗ ହେଲାଣି ଊଣା ।


ମାଙ୍କଡ଼ ହାତରେ ଶାଳଗ୍ରାମ ଆଉ ପେଚାକୁ ସୁନା ପଞ୍ଜୁରୀ

ଶୋଭା କି ପାଇବ ଅଭିନୟେ ଭରା ହେଉଛି ସଂସାର ତରୀ ।


ମଥାରେ ଥିଲେ ତ ସୁବର୍ଣ୍ଣ କଳସ ମାର୍ଜାର ବନଇ ବାଘ

କେଶରୀ ହରାଏ ଦୁର୍ଭାଗ୍ୟେ ତା ଟାଣ ହୁଅଇ ଅଚିରେ ଛାଗ ।


ଛିଡିଯିବା ତାର ସାତସୁର ଧରେ କୁହାମୁଣ୍ଡା ଧରେ ବୀଣା

ମୁଖରେ ଅମୃତ ପେଟେ ଭରି ବିଷ ବାଣୀ କହି ମନଜିଣା ।


ଭାବଡୋରେ ଲାଗେ ଦିନୁ ଦିନ ନିଆଁ ଅଭାବୀ ଯାଉଛି ଡୁବି

ମଳିନ ପଡୁଛି ନାଲି ଅରୁଣିମା ସ୍ଵର୍ଣ୍ଣାଭ ଛବିଳ ରବି । 


Rate this content
Log in

Similar oriya poem from Abstract