STORYMIRROR

Jyochhna rani Devi

Children Stories

3  

Jyochhna rani Devi

Children Stories

ଶୋଇଯା' ମୋ ଧନ

ଶୋଇଯା' ମୋ ଧନ

1 min
184


ଶୋଇଯା' ମୋ ଧନ ଅଝଟ ହୁଅନା

       ଚାନ୍ଦରୁ ଜୋଛନା ଆଣିବି ତୋଳି

ଜହ୍ନ ତାରା ସାଥେ ଖେଳିବୁ ହସିବୁ ତୁ ଲୁଚକାଳି ।


ଝୁଲିଝୁଲି ଝୁଲି ଖେଳିବୁରେ ଦୋଳି ମୋ କୋଳ ଝୁଲଣା ପଡିଛି ଖାଲି

କାଖ କରି ତୋତେ ଖୁଆଇ ଦେବିରେ କ୍ଷୀର ସର ସାଥେ ମୁଁ ସରପୁଳି

ଝୁମିଝୁମି ଝୁମି ଶୋଇଯା' କହ୍ନେଇ ଝାଡିଝୁଡି ଦେଲି ତୋ ଦେହ ଧୂଳି ।

ଶୋଇଯା' ମୋ


ବୁଲେଇ ନେବିରେ ପରୀ ରାଇଜକୁ ଖୁସିର ଫୁଲକୁ ତୋଳି ଆଣିବି

ସରଗ ସୁଧାକୁ ତୋ ହାତରେ ଦେବି ତୋ ପାଇଁ ମୁଁ କାଠଘୋଡା ସାଜିବି

ତୁ ହସିଲେ ଧନ ପୁନେଇର ଜହ୍ନ ମୋ ଭଙ୍ଗା କୁଟୀରେ ଆସିବ ଚାଲି

ଶୋଇଯା' ମୋ ଧନ


ଥାପୁଡେଇ ଦେବି ପିଠିକୁ ତୋହର ମଥାକୁ ଆଉଁସି ଶୁଆଇ ଦେବି

ରାତି ପାହିଗଲେ ସୁରୁଜ ଉଇଁଲେ ଲାଉକରି ତୋତେ ବୁଲେଇ ନେବି

ଅଝଟିଆ ନୁହଁ ଶୋଇଯା' ତୁ ବେଗେ ବାଲିଘର ଦେବି ଉଠିଲେ ତୋଳି

ଶୋଇଯା' ମୋ ଧନ


ମୋ ସୁନା ନଅରେ ରାଜ କୁମାର ତୁ ରଙ୍କୁଣୀ ରତନ ଗଳାର ମାଳି

ସୁଖର ସପନ ଦେଖୁଥା' ରେ ଧନ ମୋ ଆଖି ଅଞ୍ଜନ ଭଳିକିଭଳି

ମୋ ହୃଦଚନ୍ଦ୍ରମା ଅନ୍ଧ ଲଉଡି ମୋ ତୋ ବିନୁ ଅନ୍ଧାର ଯାଏରେ ଖେଳି ।

ଶୋଇଯା' ମୋ ଧନ


         


Rate this content
Log in